ଓଡିଶା

odisha

ETV Bharat / state

ନକଲି ନୋଟ କାରବାର: ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ, NIAକୁ ଜଣାଇବ STF - duplicate currency seized

ଓଡ଼ିଶାରେ ଚିନ୍ତା ବଢ଼ାଉଛି ନକଲି ନୋଟ କାରବାର । ଶୁକ୍ରବାର ରାତିରେ ଚଢ଼ାଉ କରି ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର ଜାଲ ନୋଟ୍ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍ (Special Task Force) । ଏନେଇ NIAକୁ (National Investigation Agency) ଜଣାଇବୁ ବୋଲି କହିଛନ୍ତି ଏସଟିଏଫ୍ ଡିଏସପି ଏସ୍‌ଏନ୍‌ ରଥ । ଅଧିକ ପଢ଼ନ୍ତୁ

ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ
ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ

By

Published : Dec 17, 2022, 5:53 PM IST

ନକଲି ନୋଟ କାରବାର: ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ, NIAକୁ ଜଣାଇବ STF

ଭୁବନେଶ୍ବର: ୨୦୨୨ରେ ଓଡିଶାରୁ ଜବତ ହୋଇଛି ୪୭ ଲକ୍ଷ ଟଙ୍କାର ନକଲି ନୋଟ । ଓଡ଼ିଶାର ୪ଟି ସ୍ଥାନରୁ ବିଶେଷ ସୂତ୍ରରୁ ସୂଚନା ପାଇ ଏସଟିଏଫ୍ (Special Task Force) ଜବତ କରିଛି ନକଲି ନୋଟର କାରବାର । ଏନେଇ NIAକୁ (National Investigation Agency) ଜଣାଇବୁ ବୋଲି କହିଛନ୍ତି ଏସଟିଏଫ୍ ଡିଏସପି ଏସ୍‌ଏନ୍‌ ରଥ ।

ଚିନ୍ତା ବଢ଼ାଉଛି ନକଲି ନୋଟ କାରବାର, NIAକୁ ଜଣାଇବ STF

ସୂଚନା ଅନୁସାରେ ଶୁକ୍ରବାର ରାତିରେ ଦେବଗଡ଼ କଚେରିସାହିର ଯୁବକ ତୁଶାର ବିଶ୍ବାଳ ଏକ ବ୍ୟାଗରେ ନଗଦ କ୍ୟାସ ଆଣି ଢେଙ୍କାନାଳ ଆସୁଥିବାର ଖବର ପାଇଥିଲା ଏସଟିଏଫ୍ ଟିମ୍‌ । ଏନେଇ ସଦର ଥାନା ରଥପଡାରେ ଯୁବକଙ୍କୁ ମାଡିବସିଥିଲା ଏସଟିଏଫ୍ ଟିମ୍‌ । ଏହି ସମୟରେ ଏସବୁ ନୋଟ ନକଲି ଥିବା ଜାଣାପଡ଼ିଥିଲା । ଏଠାରୁ ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର ଜାଲ ନୋଟ୍ ଜବତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତାର ଏକ ୟାମାହା ଗାଡ଼ିକୁ ଜବତ କରିଥିଲା ଏସଟିଏଫ୍ ଟିମ୍ ।

ତେବେ ଏହି ଘଟଣା ନୂଆ ନୁହେଁ, ଗତ ସେପ୍ଟେମ୍ବର ୧୧ ତାରିଖରେ ମଧ୍ୟ ରାଉଲକେଲା ସେକ୍ଟର ୧୫ ପୋଲିସ ଷ୍ଟେସନ ଅଞ୍ଚଳରୁ ଜବତ ହୋଇଥିଲା ନକଲି ନୋଟ । ୧୬ ଲକ୍ଷ ୧୧ ହଜାର ଟଙ୍କାର ୫୦୦ ଟଙ୍କିଆ ନକଲି ନୋଟ ଜବତ କରିଥିଲା ଏସଟିଏଫ୍ । ଏହି ମାମଲାରେ ଦିଲ୍ଲୀର ଏସକେ ମହମ୍ମଦ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସଟିଏଫ୍ ଟିମ । ସେହିପରି ଜୁଲାଇ ୧୩ ତାରିଖରେ ସମ୍ବଲପୁର ଜିଲ୍ଲା ଜୁଜୁମରାର ଏକ ସହଜ କେନ୍ଦ୍ରରୁ ଜବତ ହୋଇଥିଲା ନକଲି ନୋଟ । ଏଠାରୁ ପାଖାପାଖି ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ୫୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ ଜବତ କରିବା ସହ ଦୁଇ ଜଣ ବ୍ୟକ୍ତି ପୋଦର ପ୍ରସାଦ ସାହୁ ଓ ଜନ୍ମେଜୟ ବାଗକୁ ଗିରଫ କରିଥିଲା ଏସଟିଏଫ୍ ଟିମ ।

ସେହିପରି ଜୁଲାଇ ୭ ତାରିଖରେ ବରଗଡ଼ ବରପାଲିରୁ ୧୪ ଲକ୍ଷ ୨୯ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ ହୋଇଥିଲା । ଦୁଇ ଜଣ ବ୍ୟକ୍ତି ଉତ୍ତରପ୍ରଦେଶ ଗୋରଖପୁରର ୫୩ ବର୍ଷୀୟ ପାଟୁ ଯାଦବ ଓ ଅନ୍ୟଜଣେ ବରଗଡ ବରପାଲିର ମହୋତମପଡାର ବଳରାମ ମେହେରକୁ ଗିରଫ କରିଥିଲା ଏସଟିଏଫ୍ ଟିମ । ତେବେ ୨୦୧୨ରୁ ଏଯାବତ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ନକଲି ନୋଟ ଜବତ ହୋଇଛି, ଯାହା ଚିନ୍ତାର ବିଷୟ ପାଲଟିଛି । ଏନେଇ NIAକୁ ଜଣାଇବା ପରେ ଏହାର ତଦନ୍ତ କରିପାରେ ଏସଟିଏଫ । କାରଣ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି । ଏନେଇ ଏସଟିଏଫ୍‌ DSP ଏସ୍‌ଏନ୍‌ ରଥ କହିଛନ୍ତି, "ଓଡ଼ିଶାକୁ ବାହାର ରାଜ୍ୟ ଅର୍ଥାତ ଛତିଶଗଡ, ପଶ୍ଚିମବଙ୍ଗ, ବିହାର ଅଞ୍ଚଳରୁ ଏପରି କାରବାରର ଲିଙ୍କ ଥାଇପାରେ‌ । ଅସଲି ୩୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ଟଙ୍କାର ନକଲି ନୋଟ କାରବାର ହୋଇଥାଏ । ଭିଡଭାଡ ଅଞ୍ଚଳ ବା ହେଭି କ୍ୟାସ ପେମେଣ୍ଟ ହେଉଥିବା ସ୍ଥାନରେ ଅସଲି ନୋଟରେ ପୁରାଇ ଏସବୁ କାରବାର‌ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details