ଓଡିଶା

odisha

By ETV Bharat Odisha Team

Published : Oct 5, 2023, 7:43 AM IST

ETV Bharat / state

ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ରାଜଧାନୀ ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ବହୁ ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର
ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ଭୁବନେଶ୍ବର: ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ବିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆକ୍ସେଞ୍ଚରର କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜଙ୍କ ନେତୃତ୍ବରେ ଏକ ବରିଷ୍ଠ ପ୍ରତିନିଧି ଦଳ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ରାଜ୍ୟ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ସମୟରେ ଆକ୍ସେଞ୍ଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ଗଭର୍ଣ୍ଣମେଣ୍ଟ ରିଲେସନ ଲିଡ୍‌ ପୁନୀତ ଜେ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବୁରାଇ, ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅଜୟ ବିଜ୍‌ କହିଛନ୍ତି ଯେ, ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଓଡ଼ିଶାର ଆଇଟି ଇକୋସିଷ୍ଟମ ଏବଂ ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ସହର ଭୁବନେଶ୍ବରରେ ଆମର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ନୂତନ କେନ୍ଦ୍ର ସମଗ୍ର ବିଶ୍ବର ଗ୍ରାହକଙ୍କୁ ବୈଷୟିକ ସେବା ଯୋଗାଇବାରେ ସହାୟକ ହେବ । ରାଜ୍ୟର ଯୁବପିଢିମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଓଡ଼ିଶାରେ ଆକ୍ସେଞ୍ଚର ନୂତନ ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ତଥା ଏହାର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ଆକ୍ସେଞ୍ଚର ହେଉଛି ବିଶ୍ବର ଅନ୍ୟତମ ବୃହତ ବୃତ୍ତିଗତ ବୈଷୟିକ ସେବା କମ୍ପାନି । ଏହି କମ୍ପାନି ୧୨୦ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବିଭିନ୍ନ ସଂସ୍ଥାକୁ ସେମାନଙ୍କ ବ୍ୟବସାୟର ପୁନରୁଦ୍ଧାର କରିବା, ସେମାନଙ୍କ କାର୍ଯ୍ୟକୁ ସର୍ବୋଚ୍ଚ ଶିଖରକୁ ନେଇଯିବା ଏବଂ ବ୍ୟାପକ ସେବା, ସମମସ୍ୟାର ସମାଧାନ ତଥା ସେମାନଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିଆସୁଛି । ଭୁବନେଶ୍ବରରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଆକ୍ସେଞ୍ଚରର ଏହି ଅତ୍ୟାଧୁନିକ ସେବାକେନ୍ଦ୍ର କମ୍ପାନିର ଗ୍ଲୋବାଲ ଡେଲିଭରି ନେଟୱାର୍କକୁ ସମ୍ପ୍ରସାରିତ କରିବ । ଶିଳ୍ପ କ୍ଷେତ୍ରର ଗ୍ରାହକଙ୍କ ପାଇଁ ଏହା ଅବଶ୍ୟକୀୟ ଟେକ୍ନୋଲୋଜି ସେବା ଯୋଗାଇ ଦେବ ।

ଏହାମଧ୍ୟ ପଢନ୍ତୁ: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ବଢ଼ିଲା ଶ୍ରମିକଙ୍କର ଦୈନିକ ମଜୁରୀ

ଆକ୍ସେଞ୍ଚର ଓଡ଼ିଶାରେ ୧,୨୦୦ରୁ ଅଧିକ ଦକ୍ଷ କର୍ମଚାରୀଙ୍କୁ ନେଇ ତାହାର ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ପରିଚାଳନା କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ଅନୁଷ୍ଠାନ ଖୁବଶୀଘ୍ର ଓଡିଶାରେ ୭୫,୦୦୦ ବର୍ଗ ଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମୃଦ୍ଧ କେନ୍ଦ୍ର ସ୍ଥାପନ କରିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବେଙ୍ଗାଲୁରୁ, ହାଇଦ୍ରାବାଦ, ଜାପାନ ଓ ଆମେରିକାରେ ରୋଡ ସୋ' କରିବା ସହ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି । ଫଳରେ ଆଇବିଏମ, ପିଡବ୍ଲ୍ୟୁସି, ଡେଲଏଟ, ହାପିଏଷ୍ଟ ମାଇଣ୍ଡସ ଓ କନସେଟ୍ରିକ୍ସ ଆଦି ବହୁରାଷ୍ଟ୍ରୀୟ କମ୍ପାନି ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରିଛନ୍ତି । ରାଜ୍ୟର ଆଇଟି କ୍ଷେତ୍ରରେ ୧୦,୦୦୦ରୁ ଅଧିକ ଲୋକଙ୍କୁ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିପାରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଓଡ଼ିଶାରେ ଆକ୍ସେଞ୍ଚରର ଏଣ୍ଟ୍ରିକୁ ସ୍ବାଗତ କରି କହିଛନ୍ତି ଯେ, ଏହା ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ଓଡ଼ିଶା ଆଇଟି କମ୍ପାନୀମାନଙ୍କ ନିବେଶସ୍ଥଳ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିଛି । ଓଡ଼ିଶାର ନିବେଶକ ଅନୁକୂଳ ନୀତି, ଆଇଟି ଇକୋସିଷ୍ଟମ, ଆବଶ୍ୟକୀୟ ଭିତ୍ତିଭୂମି, ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ, ତଥା ରାଜ୍ୟ ସରକାରଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି । ନିକଟ ଭବିଷ୍ୟତରେ ଓଡ଼ିଶା ଏକ ଗ୍ଲୋବାଲ ଆଇଟି ଓ ସେମିକଣ୍ଡକ୍ଟର ହବରେ ପରିଣତ ହେବ ଏବଂ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details