ଓଡିଶା

odisha

ETV Bharat / state

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ କଲା ଏବିଭିପି, ଉଠାଇ ନେଲା ପୋଲିସ - ଛାତ୍ର ସଂସଦ ନିର୍ବାଚନ

ରାଜ୍ୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ରଦ୍ଦ କରିବାକୁ ଗତକାଲି (ଗୁରୁବାର) ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି ।

ଛାତ୍ର ସଂସଦ ନିର୍ବାଚନକୁ ରଦ୍ଦକୁ ଏବିଭିପିର ବିରୋଧ

By

Published : Aug 23, 2019, 4:35 PM IST

ଭୁବନେଶ୍ବର: ସରକାର ଅଗଣତାନ୍ତ୍ରିକ ଭାବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ଧୋକା ଦେବା ସହ ସେମାନଙ୍କ ଅଧିକାରକୁ ଛଡାଇ ନେଉଛି ବୋଲି ଏବିଭିପି ଅଭିଯୋଗ କରିଛି । ବିଭିନ୍ନ କ୍ୟାମ୍ପସରେ ସରକାରୀ ଦଳର ସ୍ଥିତି ଦୁର୍ବଳ ଓ ଅମାନତା ହରାଇବା ଭୟରେ ଚଳିତ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଥିବା ଏବିଭିପିର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ।

ଛାତ୍ର ସଂସଦ ନିର୍ବାଚନକୁ ରଦ୍ଦକୁ ଏବିଭିପିର ବିରୋଧ

ସରକାର ନେଇଥିବା ନିଷ୍ପତିକୁ ପ୍ରତ୍ୟାହାର କରିବା ଦାବିରେ ଏକାଧିକ ଛାତ୍ରଛାତ୍ରୀ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିଲେ । କିନ୍ତୁ ଆଗରୁ ସତର୍କ ରହିଥିବା ପୋଲିସ ସେମାନଙ୍କୁ ଅଟକାଇବା ସହ ମନ୍ତ୍ରୀଙ୍କ ବାସଭବନ ପୂର୍ବରୁ ଉଠାଇ ନେଇ ଗିରଫ କରିଛି ।

ସରକାରଙ୍କ ଏଭଳି ମନମାନିକୁ ଆଗାମୀ ଦିନରେ ସଂଗଠନ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ କରାଯିବ ବୋଲି ପରିଷଦର ଜାତୀୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଇଟିଭି ଭାରତ

ABOUT THE AUTHOR

...view details