ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ, ହାତଗୁଞ୍ଜା ନଦେଲେ ନାହିଁ ଘର - Abbas yojana did not get by people in khurdha

ସରକାରଙ୍କ ପକ୍କାଘର ଯୋଜନା ଠାରୁ ବହୁଦୂରରେ ଗରିବ ଶ୍ରେଣୀରେ ବସବାସ କରୁଥିଲା ଲୋକେ । ଲାଞ୍ଚ ନ ଦେଲେ ଲୋକଙ୍କୁ ମିଳୁନି ଆବାସ ଗୃହ। ଅଧିକ ପଢନ୍ତୁ...

Abbas yojana house did not get people in sagarguan panchayat of khurdha
ହାତଗୁଞ୍ଜା ନଦେଲେ ମିଳୁନି ପକ୍କା ଘର : ସରପଞ୍ଚଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ହିତାଧିକାରୀ

By

Published : Nov 2, 2021, 8:33 PM IST

ଖୋର୍ଦ୍ଧା: ଆବାସ ଯୋଜନା ଠାରୁ ବହୁ ଦୂରରେ ସମାଜର ଗରିବ ଶ୍ରେଣୀରେ ବସବାସ କରୁଥବା ଲୋକେ । ହାତଗୁଞ୍ଜା ନଦେଲେ ମିଳୁନି ସରକାରୀ ପକ୍କା ଘର । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମର ଆବାସ ଯୋଜନା ଅପେକ୍ଷାରେ ଥିବା ହିତାଧିକାରୀ ।

ହାତଗୁଞ୍ଜା ନଦେଲେ ମିଳୁନି ପକ୍କା ଘର : ସରପଞ୍ଚଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ହିତାଧିକାରୀ

ସରକାରଙ୍କ ପକ୍କାଘର ଯୋଜନା ଠାରୁ ବହୁ ଦୂରରେ ଗରିବ ଶ୍ରେଣୀରେ ବସବାସ କରୁଥିଲା ଲୋକେ । ଗରିବ ଅସହାୟଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ନିର୍ବାଚିତ ଜନପ୍ରତିନିଧି ମାନେ ପକ୍କା ଘର ପାଇଁ 10 ରୁ 15 ହଜାର ଟଙ୍କା ହାତଗୁଞ୍ଜା ମାଗୁଥିବା ସଙ୍ଗୀନ ଅଭିଯୋଗ ଆସିଛି ସାଗରଗୁଆଁ ପଞ୍ଚାୟତର ବେଣାଗାଡିଆ ଗ୍ରାମରୁ । ଗ୍ରାମର ଟିକିନା ନାୟକ, ବେଲ ଦେଇ, ବିଶ୍ବନାଥ ବରାଡ, ବ୍ରଜ ନାୟକଙ୍କ ଭଳି ଅନେକ ଗରିବ ଲୋକଙ୍କ ପକ୍କା ଘର ଖଣ୍ଡିଏ ନଥିବାରୁ ସେମାନେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଘଟଣା ସମ୍ପର୍କରେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ଯାଏଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ସରପଞ୍ଚଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ସେପଟେ ଘର ପାଇଁ ସରପଞ୍ଚ 10 ରୁ 15 ହଜାର ହାତଗୁଞ୍ଜା ମାଗୁଥିବା ଅଭିଯୋଗ କରିଛନ୍ତି ।

ସାଗରଗୁଆଁ ପଞ୍ଚାୟତରେ ଏବେବି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବୋଲଗଡ଼ ବିଡ଼ିଓ ଧୋବେଇ ନାୟକ ତଦନ୍ତ କରାଯାଇ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଘର ପାଇଁ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details