ଓଡିଶା

odisha

ETV Bharat / state

ଆଜି ସଂସଦରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ, ବିରୋଧ ପାଇଁ ଆପ୍‌ର ଆହ୍ୱାନ - ଆଜି ସଂସଦରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ

ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ । ଏହାକୁ ବିରୋଧ କରିବାକୁ ବିରୋଧି ଦଳକୁ ଆହ୍ବାନ କଲା ଆପ୍‌ । ଅଧିକ ପଢନ୍ତୁ

App press meet in bhubaneswar
App press meet in bhubaneswar

By

Published : Jul 31, 2023, 2:54 PM IST

aap press meet in bhubaneswar

ଭୁବନେଶ୍ବର: ଆଜି ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବେ ଦିଲ୍ଲୀ ଅଧ୍ୟାଦେଶ ବିଲ । କ୍ୟାବିନେଟ ବୈଠକରେ ଏହି ବିଲକୁ ଅନୁମୋଦନ ପରେ ଆଜି ଲୋକସଭାରେ କେନ୍ଦ୍ର ସରକାରୀଙ୍କ ପକ୍ଷରୁ ଉପସ୍ଥାପନ କରାଯିବ । ବିଲ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ବରେ ଆପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହାକୁ ତୀବ୍ର ବିରୋଧ କରାଯାଇଛି । ଏହି ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ବୋଲି କହିଛି ଆମ ଆଦମୀ ପାର୍ଟି ।

ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି ନିଷ୍ପତ୍ତି ନେଇଥିଲେ । ଏହାପରେ ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲ୍‌ଜିଙ୍କ ହାତକୁ ଟେକି ଦେଇଛି । ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହାଦ୍ୱାରା ନିଯୁକ୍ତ ଏଲଜିଙ୍କ ହାତରେ ରହିବ ।

ଏହା ମଧ୍ୟ ପଢନ୍ତୁ-Monsoon Session: ଆଜି ସଂସଦରେ ଉପସ୍ଥାପନ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ

ଅନ୍ୟପଟେ ବର୍ତ୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ସମୟରେ ଅନୈତିକ ଭାବରେ ମୋଦି ସରକାର ପାର୍ଲିଆମେଣ୍ଟରେ ଏ ସମ୍ପର୍କିତ ବିଲ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି ବୋଲି କହିଛି ଆପ୍‌ । ଅନେକ ରାଜନୈତିକ ଦଳ ଏହି ବିଲର ବିରୋଧ କରୁଛନ୍ତି । ରବିବାର ଆପ୍‌ କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମୀଳନୀ କରି ସମସ୍ତ ବିରୋଧି ଦଳ ଗୁଡିକୁ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ବିରୋଧ ପାଇଁ ଆହ୍ୱାନ ଦେଇଛି। କାରଣ ଏହି ଅଗଣତାନ୍ତ୍ରିକ, ଅସମ୍ବିଧାନିକ ବିଲ ଯଦି ପାସ ହୁଅ ତେବେ ସବୁଠି ବିଜେପିର ଏକଛତ୍ରବାଦୀ ଶାସନର ପରକାଷ୍ଟା ଦେଖିବାକୁ ମିଳିବ ବୋଲି କହିଥିଲେ ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ-'ଓଡ଼ିଶାରେ ଗୋଟେ ନିର୍ବାଚିତ ସରକାର, ହେଲେ ସବୁକିଛି ନିୟନ୍ତ୍ରିତ କରୁଛନ୍ତି ସଚିବ'

ମୋଦିଙ୍କ କ୍ୟାବିନେଟରେ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ ଅନୁମୋଦନ ଦେଇଥିଲା । ଆପ୍‌ ଏହି ବିଲକୁ ତୀବ୍ର ବିରୋଧ କରୁଛି । ଜୁଲାଇ 20 ତାରିଖରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇପାରିନାହିଁ ଗୃହ କାର୍ଯ୍ୟ । ମଣିପୁର ହିଂସା ଘଟଣାକୁ ହଙ୍ଗାମା ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ । ଆଜି ଦିଲ୍ଲୀ ଅଧ୍ୟାଦେଶ ବିଲ ଉପସ୍ଥାପନ ବେଳେ ହଙ୍ଗାମା କରିପାରନ୍ତି ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details