ଓଡିଶା

odisha

ଏଣିକି ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ଆହାର କେନ୍ଦ୍ର

ଏଣିକି ରବିବାର ମିଳିବ ଆହାର । ହସ୍ପିଟାଲ ପରିସରରେ କିମ୍ବା ନିକଟ ଆହାର କେନ୍ଦ୍ର ରବିବାର ମଧ୍ୟ ଖୋଲା ରହିବ । ଅଧିକ ପଢନ୍ତୁ

By

Published : Jun 26, 2023, 2:15 PM IST

Published : Jun 26, 2023, 2:15 PM IST

Updated : Jun 26, 2023, 5:45 PM IST

ରବିବାର ଖୋଲା ରହିବ ଆହାର କେନ୍ଦ୍ର
Aahaar centres to remain open in sunday

ଭୁବନେଶ୍ବର:ଏଣିକି ରବିବାର ଖୋଲା ରହିବ ଆହାର କେନ୍ଦ୍ର । ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନ ଖୋଲା ରହିବ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇଛି । ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି ।

ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏହି ୮୨ଟିରୁ ୫୮ଟିରେ ରାତ୍ରୀକାଳିନ ଖାଦ୍ୟ ପରିବେଷଣ ସୁବିଧା ରହିଛି । ଏହି ସବୁ କେନ୍ଦ୍ରମାନଙ୍କରେ ଡାକ୍ତଖାନାମାନଙ୍କୁ ଆସୁଥିବା ରୋଗୀମାନଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଣ୍ଟ ମାନେ ଉପକୃତ ହୋଇଥାଆନ୍ତି । ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଥାନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ରୋଗୀ ଓ ତାଙ୍କ ପରିବାର ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଣିକି ସେମାନଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ସବୁଦିନ ପରି ରବିବାର ମଧ୍ୟରେ ଆହାର କେନ୍ଦ୍ର ଖୋଲା ରହିବ ।

ରବିବାର ଆହାର କେନ୍ଦ୍ର ଖୋଲା ରଖିବାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ସବୁ ଆହାର କେନ୍ଦ୍ରଗୁଡିକୁ ରବିବାର ଦିନମାନଙ୍କରେ ଖୋଲା କରିବାକୁ ଅନୁରୋଧ କରଯାଇଥିଲା । ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ଦିନ ମାନଙ୍କରେ ସେହି ସବୁ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆହାର ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ୫ଟି ମହାନଗର ନିଗମରେ ୨୧ଟି ଆହାର କେନ୍ଦ୍ର ସହିତ ଏକ ସାମାନ୍ୟ ପ୍ରୟାସ ଭାବେ ଆରମ୍ଭ ହୋଇଥିଲା । ତାହା ଏବେ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି । ରାଜ୍ୟର ସମସ୍ତ ୧୧୫ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ନେଇ ଗଠିତ ଓଡ଼ିଶାରେ ୧୬୭ଟି ଆହାର କେନ୍ଦ୍ର ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୧ ଲକ୍ଷ ଯୋଗ୍ୟ ବ୍ୟକ୍ତିଙ୍କ ଆହାର ଯୋଜନାରେ ଉପକୃତ ହୋଇଛନ୍ତି । କେହି ଭୋକିଲା ଶୋଇବେ ନାହିଁ ଲକ୍ଷ୍ୟ ନେଇ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା । ରାଜ୍ୟର ସମସ୍ତ ଡାକ୍ତରଖାନାରେ ଆହାର କେନ୍ଦ୍ର ଗୁଡ଼ିକ ସପ୍ତାହକୁ ୬ ଦିନ କାର୍ଯ୍ୟ କରୁଥିବା ବେଳେ ରବିବାର ଦିନ ମଧ୍ୟ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି ।

ସୂଚନା ଅନୁଯାୟୀ, 93 ଟି ' ଆମ ହସ୍ପିଟାଲ ' ସ୍ଵାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଆହାର କେନ୍ଦ୍ର। ହସ୍ପିଟାଲ କୁ ଶହ ଶହ ମାତ୍ରାରେ ରୋଗୀ ଓ ସମ୍ପର୍କୀୟ ମାନେ ଆସୁଥିବା ରୁ ସେମାନଙ୍କ ମୌଳିକ ସୁବିଧା ସୁଯୋଗ କୁ ଯୋଗାଇ ଦେବା ପାଇଁ ଏଭଳି ନିଷ୍ପତି କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ "ଆମ ହସ୍ପିଟାଲ" ର 5T ପଦକ୍ଷେପ ଅନୁଯାୟୀ ପରିବର୍ତ୍ତନ ପାଇଁ 147 ଜନସ୍ୱାସ୍ଥ୍ୟ ସୁବିଧା ଗ୍ରହଣ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏହି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ 147 ଟି ଡାକ୍ତରଖାନା ମଧ୍ୟରୁ ଆହାର କେନ୍ଦ୍ର କେବଳ ମାତ୍ର 54 ଟି ଡାକ୍ତରଖାନାରେ ଉପଲବ୍ଧ ରହିଛି। ତେବେ ବାକି 93 ଟି ଡାକ୍ତରଖାନା ନିକଟରେ ଆହାର କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି କରାଯାଇଛି ।

ଯେହେତୁ ଆହାର କେନ୍ଦ୍ର ହସ୍ପିଟାଲ ଆସୁଥିବା ରୋଗୀମାନଙ୍କୁ ଅନେକ ମାତ୍ରାରେ ସାହାଯ୍ୟ ଓ ସହଜୋଗ କରୁଛି ସେନେଇ ଏଭଳି ନିଷ୍ପତ୍ତି କରାଯାଇଛି। ତେବେ ଏହି 93 ଡାକ୍ତରଖାନାରେ ଆହାର କେନ୍ଦ୍ର ଖୋଲିବାକୁ ଅନୁଧ୍ୟାନ କରିବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ। ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ରାଜ୍ୟର ସମସ୍ତ ଡାକ୍ତରଖାନାରେ ଆହାର କେନ୍ଦ୍ର ଗୁଡ଼ିକ ସପ୍ତାହକୁ ୬ ଦିନ କାର୍ଯ୍ୟ କରୁଥିବା ବେଳେ ରବିବାର ଦିନ ମଧ୍ୟ ଖୋଲା ରହିବ ଆହାର କେନ୍ଦ୍ର।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 26, 2023, 5:45 PM IST

ABOUT THE AUTHOR

...view details