ଓଡିଶା

odisha

ETV Bharat / state

ପରକୀୟାପ୍ରୀତିରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କେରଙ୍ଗ ଗ୍ରାମର ଅତାୱାଲା ଖାଁଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଏହି ଘଟଣାରେ ମୁଖ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ପରକୀୟାପ୍ରୀତିରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ପରକୀୟାପ୍ରୀତିରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

By

Published : Jun 19, 2022, 9:45 PM IST

ଖୋର୍ଦ୍ଧା: କେରଙ୍ଗ ଗ୍ରାମର ଅତାୱାଲା ଖାଁଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଜୁନ୍‌ 17 ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ନିଆଳ ଗ୍ରାମର ଏକ ଖଣିରେ ଏକ ଅଖା ଭିତରୁ ଅତାୱାଲା ଖାଁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ମୁଖ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପରକୀୟାପ୍ରୀତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ବାହାନା କରି ଅତାୱାଲା ଖାଁଙ୍କୁ ଘରୁ ଡାକି ଆଣିଥିଲେ ଅଭିଯୁକ୍ତ । ଏହାପରେ ଏକ ଶାବଳରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହାପରେ ଆଉଜଣେ ଅଭିଯୁକ୍ତ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲେ । ହତ୍ୟା ପରେ ମୃତଦେହକୁ ନିଆଳ ଗ୍ରାମର ଏକ ଖଣିରେ ଫୋପାଡି ଦେଇଥିଲେ ।

ଏହି ଘଟଣାର ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର, ଗୋଟିଏ ଗାଡ଼ି ଓ ମହିଳାଙ୍କ ଘରୁ ଦୁଇଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ABOUT THE AUTHOR

...view details