ଖୋର୍ଦ୍ଧା:ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି ମାଧବ ଚନ୍ଦ୍ର ସାହୁ । ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁରର ମାଧବ କିଛି ବର୍ଷ ହେବ ବାଲୁଗାଁ ଏନଏସିର ଗୋବିନ୍ଦ ନଗରରେ ସପରିବାରେ ଭଡାଘରେ ରହୁଥିଲେ l ସେ ଡାକ ବିଭାଗ ଓ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟରତ ଥିବା ବେଳେ ଦୁଇଟି ଚାରି ଚକିଆ ଜାନ ଭଡ଼ାରେ ମଧ୍ୟ ଲଗାଇଥିଲେ l
ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ । ରେଳବାଇ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...
![ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ A young man committed suicide by jumping on a moving train](https://etvbharatimages.akamaized.net/etvbharat/prod-images/768-512-10278326-thumbnail-3x2-khd.jpg)
ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ତେବେ କୌଣସି କାରଣବଶତଃ ଆଜି (ରବିବାର) ବାଲୁଗାଁ ରେଳ ଷ୍ଟେସନର ଅନତି ଦୂରରେ ଥିବା ରାଜୀବ ନଗର ଗେଟ ପାଖରେ ଦ୍ରୁତଗତିରେ ଆସୁଥିବା ଏକ ମାଲଵାହୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ l ଖବର ପାଇ ବାଲୁଗାଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାସହ ତଦନ୍ତ ଜାରି ରଖିଛି l ତେବେ ମାନସିକ ଚାପଗ୍ରସ୍ତ ହୋଇ ସେ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି l
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ