ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତାଙ୍କ ଉପଦ୍ରବ । ଟାଙ୍ଗି ବନାଞ୍ଚଳ ଡମଣଭୂଇଁରେ ପୁଣି ଏକ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ଗୀତାଞ୍ଜଳି ମାର୍ଥା । ଖବର ପାଇ ଗୀତାଞ୍ଜଳିଙ୍କୁ ବନ କର୍ମଚାରୀ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।
ହାତୀ ଆକ୍ରମଣରେ ମହିଳା ଗୁରୁତର - ହାତୀ ଆକ୍ରମଣ
ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତା ଉପଦ୍ରବ । ଟାଙ୍ଗି ବନାଞ୍ଚଳ ଡମଣଭୂଇଁରେ ପୁଣି ଏକ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
![ହାତୀ ଆକ୍ରମଣରେ ମହିଳା ଗୁରୁତର ହାତୀ ଆକ୍ରମଣରେ ମହିଳା ଗୁରୁତର](https://etvbharatimages.akamaized.net/etvbharat/prod-images/768-512-11260620-thumbnail-3x2-elephant.jpg)
ହାତୀ ଆକ୍ରମଣରେ ମହିଳା ଗୁରୁତର
ହାତୀ ଆକ୍ରମଣରେ ମହିଳା ଗୁରୁତର
ତେବେ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ