ଖୋର୍ଦ୍ଧା :ଜୁଆ ଉଜାଡି ଦେଲା ସଂସାର । ନବବଧୂର ପାଦରୁ ଅଳତା ନଲିଭୁଣୁ ନବବଧୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳାଯୋଡ଼ି ଗ୍ରାମରେ । ମଙ୍ଗଳାଯୋଡ଼ି ଗ୍ରାମର ଦୀପକ କୁମାର ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡି ଗ୍ରାମର ପିଙ୍କି ରାଉତଙ୍କୁ ଗତ ୩ ମାସ ତଳେ ପ୍ରେମ ବିବାହ କରିଥିଲେ ।
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ - ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ
କିଛି ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ । ହେଲେ ନର ପିଶାଚ ସ୍ବାମୀ ଆଗରେ ପ୍ରେମ ଠୁ ଜୁଆ ବଡ଼ ହୋଇଗଲା । ଆଉ ଶେଷରେ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି । ଅଧିକ ପଢ଼ନ୍ତୁ
ମାତ୍ର କିଛି ଦିନ ପରେ ପିଙ୍କିଙ୍କ ଉପରେ ସ୍ୱାମୀ ଦୀପକ ଆରମ୍ଭ କରିଥିଲେ ଅତ୍ୟାଚାର । ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିଲା । ଆଜି ନବବଧୂର ମୃତଦେହ ବେଡ୍ ରୁମ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏନେଇ ମୃତକଙ୍କ ଭାଉଜ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ସ୍ୱାମୀ ଦୀପକ ବେହେରାଙ୍କୁ ଅଟକ ରଖିଛି ।
ତେବେ ସ୍ଥାନୀୟ ଲୋକେ କହିବାନୁସାରେ ସ୍ୱାମୀ ଦୀପକ କୌଣସି କାମ ଧନ୍ଦା ନକରି ଗାଁରେ ଜୁଆ ଖେଳି ଆସୁଥିଲା । ଫଳରେ ସ୍ତ୍ରୀର ଜିନିଷ ପତ୍ର ବିକା ଭଙ୍ଗା କରି ଖର୍ଚ୍ଚ କରୁଥିଲେ । ତେଣୁ ପରିବାର ଭିତରେ ସଦା ସର୍ବଦା ଅଶାନ୍ତି ଲାଗି ରହୁଥିଲା । ଗତ ୩ଦିନ ତଳେ ଘରୁ ଏକ ମୋବାଇଲ ଫୋନ ନେଇ ବନ୍ଧା ପକାଇବାକୁ କେନ୍ଦ୍ର କରି ଘରେ ତୁମୁଳ ସଂଘର୍ଷ ଲାଗିଥିଲା । ଏହି କାରଣରୁ ଏହିଭଳି ଅଘଟଣ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ନବବଧୂ ଜଣଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ଜାରି ରଖିଛି ପୋଲିସ ।
ଇଟିଭି ଭାରତ, ଖୋର୍ଦ୍ଧା