ଓଡିଶା

odisha

By

Published : Sep 6, 2022, 7:24 PM IST

ETV Bharat / state

କୂଅରେ ପଡ଼ି ଯୁବତୀ ମୃତ

କୂଅରେ ପଡ଼ି ଯୁବତୀଙ୍କ ମୃତ୍ୟୁ । ପାଣି କାଢୁଥିବା ବେଳେ ଅଘଟଣ । ଅଧିକ ପଢ଼ନ୍ତୁ

କୂଅରେ ପଡ଼ି ଯୁବତୀ ମୃତ
କୂଅରେ ପଡ଼ି ଯୁବତୀ ମୃତ

ଖୋର୍ଦ୍ଧା : କୂଅରେ ପଡ଼ି ଯୁବତୀଙ୍କ ମୃତ୍ୟୁ । ମୃତ ଯୁବତୀଙ୍କ ନାମ ଆସମା ବେଗମ ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମରେ । ସୂଚନା ଅନୁଯାୟୀ, ଆଜି ଯୁବତୀ ଜଣକ ନିଜ ବାଡିପଟ କୂଅରେ ପାଣି କାଢୁଥିବା ବେଳେ ଅକସ୍ମାତ କୂଅ ମଧ୍ୟକୁ ଖସି ପଡିଥିଲେ । ଦୀର୍ଘ ସମୟ ଖୋଜା ଖୋଜି କରିବାପରେ ପରିବାର ଲୋକେ ଝିଅକୁ ପାଇନଥିଲେ ।

କୂଅରେ ପଡ଼ି ଯୁବତୀ ମୃତ

ତେବେ କିଛି ସମୟ ପରେ ଯୁବତୀ ଜଣକ କୂଅ ଭିତରେ ପଡିଯାଇଥିବାର ପରିବାର ଲୋକ ଦେଖିଥିଲେ । ତେଣୁ ପରିବାର ଲୋକେ ତୁରନ୍ତ ଟାଙ୍ଗୀ ଅଗ୍ନିଶମବାହୀନିକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମବାହୀନିର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଙ୍ଗୀ ଥାନା ପୋଲିସ ମୃତଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ପାଟି କରିବାରୁ ପାଟିରେ ଏସିଡ୍ ଢାଳିଦେଲା ଦାଦା

ସବୁଦିନ ଭଳି ଆସମା ଆଜି ବି କୂଅରୁ ପାଣି କାଢି଼ବାକୁ ଯାଇଥିଲେ । ହେଲେ କିଏ ବା ଜାଣିଥିଲା ସେଠି ତାଙ୍କୁ ଯମ ଜଗିଛି । ସକାଳୁ ଉଠି ସମସ୍ତଙ୍କ ସହ ହସି ହସି କଥା ହୋଇଥିବା ଆସମା କିଛି ସମୟ ମଧ୍ୟରେ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲେ । ସେପଟେ ଝିଅ ଆସମାର ଏଭଳି ମୃତ୍ୟୁକୁ ସହଜରେ ବି ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ସେପଟେ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details