ଓଡିଶା

odisha

ETV Bharat / state

ମାଫିଆଙ୍କ ଉପରେ ଚଢ଼ାଉ ଜୋରଦାର; ପୃଥକ ସ୍ଥାନରୁ ମାଙ୍କଡ଼ା ବୋଝେଇ ଟ୍ରକ, ଡମ୍ପର ଜବତ - khurdha

ଖଣି ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ପ୍ରଶାସନର ଘନଘନ ଚଢ଼ାଉ । ଏପଟେ ଆଜି(ରବିବାର) ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁ ଟାଙ୍ଗିଆପଡା ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ବେଆଇନ ଖଣିରେ ମାଙ୍କଡ଼ା ପଥର ବୋଝେଇ ୫ ଟି ଟ୍ରକକୁ ଜବତ କରିଥିବା ବେଳେ ବୋଲଗଡ଼ ତହସିଲ ଅଞ୍ଚଳ ବାଙ୍କୋଇ ବଜାରରୁ ବିଳମ୍ବିତ ରାତିରେ ଚୋରା ବାଲି ବୋଝେଇ ଡମ୍ପର ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି ବାଙ୍କୋଇ ଫାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ମାଫିଆଙ୍କ ଉପରେ ଚଢ଼ାଉ ଜୋରଦାର; ପୃଥକ ସ୍ଥାନରୁ ମାଙ୍କଡ଼ା ବୋଝେଇ ଟ୍ରକ, ବାଲି ବୋଝେଇ ଡମ୍ପର ଜବତ
ମାଫିଆଙ୍କ ଉପରେ ଚଢ଼ାଉ ଜୋରଦାର; ପୃଥକ ସ୍ଥାନରୁ ମାଙ୍କଡ଼ା ବୋଝେଇ ଟ୍ରକ, ବାଲି ବୋଝେଇ ଡମ୍ପର ଜବତ

By

Published : Jun 27, 2021, 1:21 PM IST

ଖୋର୍ଦ୍ଧା: ରାଜ୍ୟରେ ବେଧଡ଼କ ଚୋରା ମାଙ୍କଡ଼ା ପଥର ଚାଲାଣ ଚାଲିଥିବା ବେଳେ ଖଣି ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ପ୍ରଶାସନର ଘନ ଘନ ଚଢ଼ାଉ । ଏପଟେ ଆଜି(ରବିବାର) ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁ ଟାଙ୍ଗିଆପଡା ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ବେଆଇନ ଖଣିରେ ମାଙ୍କଡ଼ା ପଥର ବୋଝେଇ ୫ ଟି ଟ୍ରକକୁ ଜବତ କରିଛନ୍ତି। ତେବେ ଚଢ଼ାଉ ସମୟରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବାରେ ବିଫଳ ହୋଇଛି ପ୍ରଶାସନ ।

ମାଫିଆଙ୍କ ଉପରେ ଚଢ଼ାଉ ଜୋରଦାର; ପୃଥକ ସ୍ଥାନରୁ ମାଙ୍କଡ଼ା ବୋଝେଇ ଟ୍ରକ, ବାଲି ବୋଝେଇ ଡମ୍ପର ଜବତ

ସେହିପରି ବୋଲଗଡ଼ ତହସିଲ ଅଞ୍ଚଳ ବାଙ୍କୋଇ ବଜାରରୁ ବିଳମ୍ବିତ ରାତିରେ ଚୋରା ବାଲି ବୋଝେଇ ଡମ୍ପର ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି ବାଙ୍କୋଇ ଫାଣ୍ଡି ପୋଲିସ । ଘଟଣାରୁ ପ୍ରକାଶ ଯେ, ସରକାରୀ ରାଜସ୍ବକୁ ଠକି ବାଲି, ମାଙ୍କଡା ପଥର, ମୋରମକୁ ମାଫିଆମାନେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଭଲ ମୁନାଫା ଉଠାଉଛନ୍ତି। ଯାହାଦ୍ବାରା ତହସିଲର ରାଜସ୍ବ ଦିନକୁ ଦିନ କମିବାରେ ଲାଗିଛି।

ଆଗକୁ ଏହି ମାଫିଆଙ୍କ ଏପରି ବେଆଇନ କାରବାର ରୋକିବା ନିମନ୍ତେ ଚଢ଼ାଉ ଜୋରଦାର କରାଯିବ ବୋଲି ବାଙ୍କୋଇ ଫାଣ୍ଡି ଅଧିକାରୀ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details