ଖୋର୍ଦ୍ଧା:ଜିଲ୍ଲାର ମହତ୍ତପଲ୍ଲା ଗାଁରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ମହତ୍ତପଲ୍ଲାର ପଞ୍ଚାନନ ଜେନାଙ୍କ ପୁଅ ପ୍ରଭାତ ଜେନା ଅଣ୍ଡା ଗାଁ ରୁ ଟିଉସନ୍ ସାରି ଘରକୁ ଫେରୁଥିଲେ । ଏହି ସମୟର ଭାଲିଆବାଡ଼ି ଓ ଅଣ୍ଡା ଗାଁର ଦୁଇଜଣ ଦୁର୍ବୃତ୍ତ ପଛପଟୁ ଆସି ପ୍ରଭାତଙ୍କୁ ଛୁରାମାଡ କରିଥିଲେ ।
ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ଼, ପୋଲିସର ଛାନଭିନ ଜାରି ଏହାବି ପଢନ୍ତୁ:ବଢିଲା ବଏଫ୍ରେଣ୍ଡଙ୍କ ପାଇଁ ଅଡୁଆ, ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା
ପ୍ରଭାତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ପ୍ରଭାତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏଭଳି ଅପ୍ରୀତିକର ପରିସ୍ଥିତି ଘଟିଛି ସେ ନେଇ ଛାନଭିନ ଜାରି ରଖିଛି । ତେବେ, ଛୁରାମାଡର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି ।
ଇଟିଭି ଭାରତ,ଖୋର୍ଦ୍ଧା