ଓଡିଶା

odisha

ETV Bharat / state

ଭୁବନେଶ୍ୱରରୁ ଧରାପଡିଲେ ଅନ୍ୟଜଣେ ଋଷ ନାଗରିକ, ରାଜ୍ୟରେ ବୁଲୁଛନ୍ତି କି ବିଦେଶୀ ଗୁପ୍ତଚର ? - ଭୁବନେଶ୍ୱରୁ ଧରାପଡିଛନ୍ତି ଅନ୍ୟଜଣେ ଋଷୀୟ ବ୍ୟକ୍ତି

୨ ଜଣ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଭୁବନେଶ୍ବରର ରେଳ ଷ୍ଟେସନରେ ଅଟକ ରହିଛନ୍ତି ଅନ୍ୟଜଣେ ଋଷ ନାଗରିକ । ସେ ୨୦୧୬ରେ ୬ ମାସ ପାଇଁ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିବା ବେଳେ ଏବେଯାଏଁ କିଭଳି ରହିଛନ୍ତି, ସେନେଇ ରାଜ୍ୟ ସମେତ ଦେଶର ଗୁଇନ୍ଦା ବିଭାଗର ସତର୍କତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଭୁବନେଶ୍ୱରରୁ ଧରାପଡିଲେ ଅନ୍ୟଜଣେ ଋଷ ନାଗରିକ
ଭୁବନେଶ୍ୱରରୁ ଧରାପଡିଲେ ଅନ୍ୟଜଣେ ଋଷ ନାଗରିକ

By

Published : Dec 31, 2022, 7:30 PM IST

ଭୁବନେଶ୍ବର: ଗୋଟିଏ ପଟେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ହଟଚମଟ । ଅନ୍ୟପଟେ ଭୁବନେଶ୍ୱରୁ ଧରାପଡିଛନ୍ତି ଅନ୍ୟଜଣେ ଋଷୀୟ ବ୍ୟକ୍ତି । ଭୁବନେଶ୍ୱର ଷ୍ଟେସନରେ ବୁଲୁଥିବା ବେଳେ ସନ୍ଦେହଜନକ ଭାବେ ଅଟକ ରଖିଛି ଜିଆରପି ଥାନା ପୋଲିସ୍ । ଏହି ଋଷୀୟ ପର୍ଯ୍ୟଟକଙ୍କ ନାଁ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ ଏବଂ ସେ ୨୦୧୬ରେ ୬ ମାସ ପାଇଁ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିବା ଜଣାପଡିଛି ।

ଭୁବନେଶ୍ୱରରୁ ଧରାପଡିଲେ ଅନ୍ୟଜଣେ ଋଷ ନାଗରିକ

ତେବେ ଏହି ଋଷ ନାଗରିକଙ୍କର ଭିସା ଅବଧି ସରିଥିବା ବେଳେ ଏତେଦିନ ସେ କିପରି ରହିଲେ ସେନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହି ଋଷ ନାଗରିକଙ୍କୁ ଅଟକ ରଖିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଆରପି ଥାନା ଅଧିକାରୀ । ସେ କହିଛନ୍ତି, "ସେ ୬ ବର୍ଷ ହେବ ରହି ଆସୁଛନ୍ତି । ସେ ପୁନଃ ଭିସା ଅବଧି ବଢାଇବା ପାଇଁ UNକୁ ଆବେଦନ କରିଛନ୍ତି । ଆବେଦନ ପରେ ରହଣୀ ପାଇଁ ଅନୁମତି ମିଳିଛି ନା ନାହିଁ, ସେନେଇ ଡକ୍ୟୁମେଣ୍ଟ ଯାଞ୍ଚ ହେଉଛି । ତାଙ୍କ ରହଣୀ ନେଇ ବିଭିନ୍ନ ବିଶେଷଜ୍ଞଙ୍କ ମତାମତ ନିଆଯାଉଛି । ଏଯାଏଁ କିଛି ସନ୍ଦେହଜନକ ତଥ୍ୟ ମିଳିନାହିଁ ।"

ଭାରତୀୟଙ୍କ ବ୍ୟବହାର ଭଲ ଯୋଗୁଁ ଭାରତରେ ରହିବାକୁ ଚାଁହୁଛନ୍ତି ବୋଲି ସେହି ଋଷୀୟ ବ୍ୟକ୍ତି କହିଛନ୍ତି । ସେ ବୃନ୍ଦାବନ ସହ ପୁରୀରେ ଅଧିକ ସମୟ ଅତିବାହିତ କରିଥିବା ପୋଲିସ ଜାଣିବାକୁ ପାଇଛି । ଏବେ ସେ କୁଆଡେ ଯିବେ ସେନେଇ ତର୍ଜମା ଚାଲିଛି । ଏନେଇ କୋଲକାତାସ୍ଥିତ କାଉନସିଲେଟ ସହ ଯୋଗାଯୋଗ କରାଯାଉଛି । ତେବେ ସବୁଠୁ ବଡ଼କଥା ସେ ଚାଲିଥିବା ଋଷୀୟା ଓ ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଛନ୍ତି । ଏପରିକି ପୁଟିନଙ୍କୁ ମଧ୍ୟ ବିରୋଧ କରୁଛନ୍ତି । ଏବେ ବଡ଼ ପ୍ରଶ୍ନ ପୂର୍ବରୁ ମଧ୍ୟ ଆମେ ଏକ ଖବର କରିଥିଲୁ ମୃତ ଋଷୀୟ ପର୍ଯ୍ୟଟକ କିପରି ଆସି ଓଡ଼ିଶାରେ ରହିଲେ ଅଥଚ ଗୁଇନ୍ଦା ପାଖରେ ଖବର ନଥିଲା । ଏବେ ଆଉ ଜଣେ ଋଷୀୟ ନାଗରିକ ଭୁବନେଶ୍ୱରରୁ ଧରାପଡ଼ିଛନ୍ତି ଅଥଚ ଏହାଙ୍କ ସମ୍ପର୍କରେ କେମିତି ଜାଣି ପାରିଲେନି ଗୁଇନ୍ଦା ବିଭାଗ । ଅର୍ଥାତ୍ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଗୁଇନ୍ଦା ବିଭାଗର ନଜର ଅଛି ନା ନାହିଁ, ସେନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ...Russian Tourists Death Case: ବୁଲିଲେ ଏତେ ଜାଗା, ଫେଲ୍ ମାରିଛି କି ଗୁଇନ୍ଦା ?

ଏଭଳି ଋଷୀୟ ନାଗରିକ ବିନା ଭିସାରେ ବଲୁଥିବା ବେଳେ ଏମାନେ ଓଡ଼ିଶାରେ ରହି ନିଜ ଦେଶ ବା ଅନ୍ୟ କୌଣସି ରାଷ୍ଟ୍ର ପାଇଁ ଗୁଇନ୍ଦାଗିରି କରୁନାହାନ୍ତି ତ । ଏମାନଙ୍କ ଗତିବିଧି ଉପରେ କଣ ସତରେ ନଜର ରଖାଯାଉନି । କାରଣ ସେହି ବ୍ୟକ୍ତି ପୁରୀ ସମେତ ବୃନ୍ଦାବନ ବୁଲିଥିବା ବେଳେ ଏଠାରେ ସେ କଣ କରୁଥିଲେ, କାହାକୁ ଭେଟିଛନ୍ତି, କେଉଁ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି, ଏନେଇ ଗୁଇନ୍ଦା ଅଧିକାରୀ ସତର୍କ ଅଛନ୍ତି କି ନାହିଁ । ନଚେତ ଟୁରିଷ୍ଟ ଭିସାରେ ଯେ କେହି ଆସି ଦେଶରୁ ବା ରାଜ୍ୟରୁ ଗୁପ୍ତ ତଥ୍ୟ ସଂଗ୍ରହ କରିଥାଇପାରନ୍ତି । କାରଣ ରାଜ୍ୟରେ ଜାତୀୟ ସୁରକ୍ଷା ନେଇ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ଯାହା ଉପରେ ବିଦେଶୀ ଗୁପ୍ତଚରଙ୍କ ନଜର ରହିଛି । କିଛିଦିନ ପୂର୍ବେ ହନିଟ୍ରାପ ମାମଲାରେ ମଧ୍ୟ ବାଲେଶ୍ବର କ୍ଷେପଣାସ୍ତ୍ର ଘାଟିରୁ କିଛି କର୍ମଚାରୀ ଗିରଫ ହୋଇଥିଲେ । ତେବେ ଏଭଳି ଘଟଣା ପରେ ରାଜ୍ୟର ଗୁଇନ୍ଦା ସମେତ ଦେଶର ଗୁଇନ୍ଦାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details