ଓଡିଶା

odisha

ETV Bharat / state

ରାଜଧାନୀରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ! - ନବ ବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

ଭୁବନେଶ୍ବରର ଜରିପାଟଣାରେ ନବ ବଧୂ ମୃତ୍ୟୁ ମାମଲା । ଯୌତୁକ ପାଇଁ ନବ ବଧୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଲା ପରିବାର । ଅଧିକ ପଢ଼ନ୍ତୁ

ଭୁବନେଶ୍ବରର ଜରିପାଟଣାରେ ନବ ବଧୂ ମୃତ୍ୟୁ ମାମଲା
ଭୁବନେଶ୍ବରର ଜରିପାଟଣାରେ ନବ ବଧୂ ମୃତ୍ୟୁ ମାମଲା

By

Published : Mar 9, 2023, 10:50 PM IST

ରାଜଧାନୀରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ବର: ଭୁବନେଶ୍ବରର ଜରିପାଟଣା ଗ୍ରାମରେ ନବ ବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ଯୌତୁକ ପାଇଁ ସ୍ବମୀ ଓ ଶ୍ବଶୂର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ହେଉଛନ୍ତି ଜଗତସିଂପୁର ଡିହସାହିର ଲକ୍ଷ୍ମୀପ୍ରୟା ମହାନ୍ତି । ସେ ଜରିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨୦୨୦ ମସିହା ଅର୍ଥାତ ଗତ ୨ ବର୍ଷ ତଳେ ବିବାହ କରିଥିଲେ । ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ତାଙ୍କର ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ତେବେ ମୃତକଙ୍କ ପରିବାର ଲୋକ ମଞ୍ଚେଶ୍ବର ଥାନା ପୋଲିସର ଦ୍ବାରସ୍ତ ହୋଇଛନ୍ତି । ଯୌତୁକ ପାଇଁ ମାରିଦେଇଥିବା ଅଭଯୋଗ କରିଛନ୍ତି ପରିବାର ସଦସ୍ୟ । କାରଣ ପୂର୍ବରୁ ଲକ୍ଷ୍ମୀ ପ୍ରିୟା ଅନେକ ଥର ଝଗଡା କରି ବାପା ଘର ଯାଇଛନ୍ତି । ଗତ କିଛି ଦିନ ହେବ ଯୌତୁକ କଥା କହୁଥିଲେ ଲକ୍ଷ୍ମୀଙ୍କ ଶ୍ବଶୂର ଘର ଲୋକେ । ତେବେ ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା କାରଣରୁ ଯୌତୁକ ଦେଇପାରି ନଥିଲେ ।

ତେବେ ଯୌତୁକ ମାଗିବାର କିଛି ଦିନ ନ ବିତୁଣୁ ଝିଆର ମୃତ୍ୟୁ ଘଟିଥାବାରୁ ଯୌତୁକ କୁ ନେଇ ସେମାନେ ଲକ୍ଷ୍ମୀଙ୍କୁ ମାରିଥିବା ପରିବାର ଦାବି କରିଛି । ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଝିଅକୁ ମାରିଥିବା ସଂଗୀନ ଅଭିଯୋଗରେ କାର୍ଯାନୁଷ୍ଠା ପାଇଁ ଦାବି କରିଛନ୍ତି ଲକ୍ଷ୍ମୀଙ୍କ ବାପା ଓ ମଉସା । ଅନ୍ୟପଟେ ମଞ୍ଚେଶ୍ବର ଥାନା ପୋଲିସ ସମେତ ଏସିପି ସଂଜୀବ ଶତପଥୀ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ଲକ୍ଷ୍ମୀଙ୍କର ମୃତ୍ୟୁ ହେଲା ସେନେଇ ଅଧିକ ଖୋଳତାଡ କରୁଛନ୍ତି । ସେପଟେ ଲକ୍ଷ୍ମୀ ଙ୍କ ମୃତ ଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ଫରସନସିକ ଟିମ ଯାଇ ସେଠାରେ ଯାଞ୍ଚ କରିଛନ୍ତି ।

ଏସପି ସଂଜୀବ ଶତପଥୀ କହିଛନ୍ତି , ‘‘୨୦୨୦ ଡିସେମ୍ବରରେ ଲକ୍ଷ୍ମୀ ପ୍ରିୟା ଜରିପାଟଣା ପ୍ରଭାତ ପରିଡ଼ା ଙ୍କୁ ବିବାହ କରିଥିଲେ । ବାହାଘର ଦିନଠୁ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ରାତି ୧୧ ଟାରେ ପ୍ରଭାତ ଲକ୍ଷ୍ମୀଙ୍କ ବାପାଙ୍କୁ ଝିଅର ଦେହ ଖରାପ ଅଛି ବୋଲି କହି ଡାକିଥିଲେ ।’’ ତେବେ ପରିବାରର ଅଭଯଗକୁ ଭିର୍ତ୍ତି କରି ମାମଲାକୁ ତଦନ୍ତ କରାଯାଉଥିବା ବେଳେ ପୋଲିସ ସବୁ ଦିଗକୁ ନଜର ରଖି ଖୋଳତାଡ଼ ଆରମ୍ଭ କରିଛି ବୋଲି କହିଛନ୍ତି ଏସିପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details