ଖୋର୍ଦ୍ଧା: ଟାଙ୍ଗୀ ଥାନା କୁହୁଡି ବଘେଇସାହିରେ ଅଘଟଣ । କୂଅରେ ପଡି ନାବାଳିକା ମୃତ । ମୃତକ ଜଣକ ପବି ଭୁଜବଳଙ୍କ ୯ ବର୍ଷର କନ୍ୟା ଶ୍ରାବଣୀ ଭୂଜବଳ । ଶ୍ରାବଣୀ ସ୍ଥାନୀୟ ବଘେଇ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀର ଛାତ୍ରୀ ।
କୂଅରେ ପଡି ନାବାଳିକା ମୃତ - minor falling into a well in khurda
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ବଘେଇସାହିରେ ଅଘଟଣ । କୂଅରୁ ପାଣି କାଢୁଥିବାବେଳେ ଭାରସାମ୍ୟ ହରାଇ କୂଅ ଭିତରେ ଖସିଲେ ୯ ବର୍ଷର ବାଳିକା ଶ୍ରାବଣୀ ଭୂଜବଳ । ଘଟଣାସ୍ଥଳରେ ନାବାଳିକା ମୃତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୂଅରେ ପଡି ନାବାଳିକା ମୃତ
ସୂଚନା ଅନୁସାରେ ମଙ୍ଗଳବାର ସକାଳେ ନାବାଳିକା ଜଣକ ନିଜ ବାଡି ପଟେ ଥିବା ଏକ କୂଅରେ ଏକ ଛୋଟ ବାଲଟି ସାହାଯ୍ୟରେ ପାଣି କାଢୁଥିବାବେଳେ ହଠାତ ଭାରସାମ୍ୟ ହରାଇ କୂଅ ମଧ୍ୟ୍ୟକୁ ଖସି ପଡିଥିଲେ । କୂଅରେ ଜଳସ୍ତର ଅଧିକ ଥିବାରୁ ନାବାଳିକା ଜଣକ ଅତ୍ୟଧିକ ପାଣି ପିଇ ଦେଇଥିଲା । ପରିବାର ଲୋକେ ନାଵାଳିକାକୁ ଗୁରୁତର ଅଵସ୍ଥାରେ କୂଅରୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ଶ୍ରାବଣୀଙ୍କୁ ମୃତ ଘୋଷଣା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ