ଓଡିଶା

odisha

ETV Bharat / state

ଓଡିଶା ଫେରୁଛନ୍ତି ବିଦେଶରେ ନିର୍ଯାତିତ ପ୍ରବାସୀ ଶ୍ରମିକ - migrant worker being tortured in bahrin

ସାଉଦି ଆରବର ରେୟାଦକୁ ରୋଜଗାର ପାଇଁ ଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଆଜି ଏୟାର ଭିଷ୍ଟାରା ଫ୍ଲାଇଟ ଯୋଗେ ଓଡିଶାକୁ ଫେରୁଛନ୍ତି ଅଭିମନ୍ୟୁ। ଅଧିକ ପଢନ୍ତୁ

ଓଡିଶା ଫେରୁଛନ୍ତି ବିଦେଶରେ ନିର୍ଯାତିତ ଶ୍ରମିକ
ଓଡିଶା ଫେରୁଛନ୍ତି ବିଦେଶରେ ନିର୍ଯାତିତ ଶ୍ରମିକ

By

Published : Jun 22, 2023, 6:27 AM IST

ଓଡିଶା ଫେରୁଛନ୍ତି ବିଦେଶରେ ନିର୍ଯାତିତ ଶ୍ରମିକ

ଭୁବନେଶ୍ବର: ରୋଜଗାର ଅନ୍ୱେଷଣରେ ସାଉଦି ଆରବର ରେୟାଦକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନିର୍ଯାତନାର ଶିକାର ହୋଇଥିବା ପ୍ରବାସୀ ଶ୍ରମିକ ହେଉଛନ୍ତି ଖୋର୍ଦ୍ଧାର ଅଭିମନ୍ୟୁ ସାମନ୍ତରାୟ । ବାହାରିନରେ ଅବସ୍ଥାପିତ ସାମାଜିକ କର୍ମୀ ଅରୁଣ ପ୍ରହରାଜ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ପୈତୃକ ଗାଁକୁ ଫେରୁଛନ୍ତି ଅଭିମନ୍ୟୁ । ଏୟାର ଭିସ୍ତାରା ଫ୍ଲାଇଟ ଯୋଗେ ଅଭିମନ୍ୟୁ ନିଜ ଜନ୍ମଭୂମିକୁ ଫେରୁଥିବା ଜଣାପଡିଛି ।

ନିଯୁକ୍ତି ତଥା ଅଧିକ ରୋଜଗାର ଆଶାରେ ଖୋର୍ଦ୍ଧାର ଅଭିମନ୍ୟୁ ସାମନ୍ତରାୟ ସାଉଦି ଆରବର ରେୟାଦକୁ ଯାଇ ସେଠାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଅଭିମନ୍ୟୁ ସେଠାରେ ୮ ମାସ କାମ କରିଥିବାବେଳେ ସଂସ୍ଥା ତାଙ୍କୁ ପ୍ରଥମ ୩ ମାସ ପାଉଣା ଦେଇଥିଲା । କିନ୍ତୁ ପରେ ଆଉ ପ୍ରାପ୍ୟ ପ୍ରଦାନ କରିନଥିଲା । ଏପରିକି ଦରମା ଦାବି କଲେ ତାଙ୍କୁ ନିସ୍ତୁକ ମାଡ଼ ସହ ଶାରୀରିକ ନିର୍ଯାତନା ମିଳୁଥିଲା । ଆଉ ତାପରେ ଅଭିମନ୍ୟୁଙ୍କ ନିର୍ଯାତନାମୟ ଜୀବନ ବିଷୟରେ ଚିନ୍ତା କରି କରି ତାଙ୍କ ପତ୍ନୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହେଲେ ନିଯୁକ୍ତିଦାତା ତାଙ୍କୁ ଓଡିଶା ଯିବାକୁ ଅନୁମତି ଦେଉ ନଥିଲେ । ଗତ ୫ ମାସ ହେବ ଅଭିମନ୍ୟୁଙ୍କୁ ଖାଦ୍ୟ ବାବଦୀୟ ଖର୍ଚ୍ଚ ଏବଂ ଦରମା ଦିଆଯାଉନଥିବାରୁ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲେ ।

ତେବେ ଅଭିମନ୍ୟୁ ଏବଂ ତାଙ୍କ ପରିବାର ପକ୍ଷରୁ ପ୍ରସିଦ୍ଧ ସାମାଜିକ କର୍ମୀ ତଥା ଫାଉଣ୍ଡେସନ ଅଫ ଗ୍ଲୋବାଲ ଡିଆସପୋରାର ନିର୍ଦ୍ଦେଶକ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସହାୟତା ଲୋଡିଥିଲେ । ଅଭିମନ୍ୟୁଙ୍କୁ ତାଙ୍କ ନିଷ୍ଠୁର ନିଯୁକ୍ତିଦାତା ମୋସା ମୋହସିନ ଅଲ ଅୟିଦଙ୍କ କବଳରୁ ଉଦ୍ଧାର କରିବା ପାଇଁ ଅରୁଣ ସାଉଦି ଆରବରେ ଭାରତର ରାଷ୍ଟ୍ରଦୂତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନଙ୍କ ସହ ନିରନ୍ତର ଯୋଗାଯୋଗ କରିଥିଲେ । ବେଆଇନ ବନ୍ଦୀ ଅବସ୍ଥାରେ ଥିବା ଅଭିମନ୍ୟୁ ପତ୍ନୀଙ୍କୁ ହରାଇଥିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଅରୁଣ ବିଭିନ୍ନ ମାଧ୍ୟମରେ ନିବେଦନ କରିଥିଲେ ।

ତେବେ ଅରୁଣଙ୍କ ଅନୁରୋଧକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିଥିଲେ । ସାଉଦି ଆରବରୁ ଅଭିମନ୍ୟୁଙ୍କୁ ଉଦ୍ଧାର ଏବଂ ଫେରାଇ ଆଣିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ଅରୁଣଙ୍କ ଦ୍ୱାରା ବାରମ୍ବାର ଯୋଗାଯୋଗ ଏବଂ ଅନୁରୋଧ ପରେ ଭାରତର ଦୂତାବାସ ଦ୍ୱାରା ଏକଜିଟ ପାସପୋର୍ଟ ଏବଂ ଏୟାର ଟିକେଟ ପାଇଁ ଅନୁମୋଦନ ବ୍ୟବସ୍ଥା କରାଯାଇଛି । ଆଜି ଏୟାର ଭିଷ୍ଟାରା ଫ୍ଲାଇଟ UK 545ରେ ଅଭିମନ୍ୟୁ ଭୁବନେଶ୍ୱରକୁ ଫେରୁଛନ୍ତି ।

ଅରୁଣ ମହାପ୍ରଭୁ ଜଗନ୍ନାଥଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ଚାଲିଥିବାବେଳେ ଉଦ୍ଧାର ଅଭିମନ୍ୟୁଙ୍କ ବିମାନ ସାଉଦି ଆରବରୁ ଓଡିଶା ଅଭିମୁଖେ ଯାତ୍ରା କରିଛି । ଅଭିମନ୍ୟୁଙ୍କୁ ଶୀଘ୍ର ଓଡିଶାକୁ ଫେରାଇ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଓଡିଶା ମୋ ପରିବାର, ଭାରତୀୟ ଦୂତାବାସର ଉଦ୍ୟମ ଅତୁଳନୀୟ ଏବଂ ପ୍ରଶଂସନୀୟ । ଗତ କିଛି ବର୍ଷ ହେବ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ଅରୁଣ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିନମ୍ର ଭାବରେ ନିବେଦନ କରିଛନ୍ତି । ସଂପୃକ୍ତ ଭାରତୀୟ ଦୂତାବାସ ସହିତ ନିଯୁକ୍ତିଦାତା କମ୍ପାନୀ ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚୁକ୍ତି ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ଉଚିତ । ଏହା ହେଲେ ନିଯୁକ୍ତିଦାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୂତାବାସକୁ ଚୁକ୍ତିଭିତ୍ତିକ ଅଧିକାର ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details