ଓଡିଶା

odisha

ETV Bharat / state

Heat Wave: ଫେବୃଆରୀ ଶେଷ ସପ୍ତାହ ଆଡକୁ ବଢିପାରେ ପାରଦ, ବିଏମସିର ଆଗୁଆ ପଦକ୍ଷେପ - ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ବୈଠକ

ବିଏମସିର ଗ୍ରୀଷ୍ମପ୍ରବାହ ପ୍ରସ୍ତୁତ ବୈଠକ । ଫେବୃଆରୀ ଶେଷ ସପ୍ତାହରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯିବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ଅଧିକ ପଢନ୍ତୁ

ବିଏମସିର ଗ୍ରୀଷ୍ମପ୍ରବାହ ପ୍ରସ୍ତୁିତ ବୈଠକ
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସିର ଆଗୁଆ ପଦକ୍ଷେପ

By

Published : Feb 9, 2023, 12:33 PM IST

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସିର ଆଗୁଆ ପଦକ୍ଷେପ

ଭୁବନେଶ୍ବର:ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସର ମଧ୍ୟ ଭାଗରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ବୈଠକ କରିଛି । ବିଏମସି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ପ୍ରସ୍ତୁତି ବୈଠକ ବସିଛି । ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ଭାବ୍ୟ ହିଟ ୱେଭକୁ ପ୍ରତିହତ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କୌଣସି ପ୍ରକାର ଆତଙ୍କିତ ନହୋଇ ସଚେତନ ରହିବାକୁ ମେୟର ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି । ଗ୍ରୀଷ୍ମ ପ୍ରବାହର ପ୍ରତିହତ ବା ଅଂଶୁଘାତର ମୁକାବିଲା ପାଇଁ ସହରର ସମସ୍ତ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଜାଗ ରହିବାକୁ କହାଯାଇଥିବା ବେଳେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ସେଲ କରାଯିବ ବୋଲି କହିଛନ୍ତି ମେୟର । ହିଟ ୱେଭ ପାଇଁ ନଳକୂପ ମରାମତି, ୱାଟର ଏଟିଏମ ଗୁଡିକୁ ସଚଳ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ସେଥିରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା, ଅଂଶୁଘାତ ଜନିତ ସମସ୍ୟାକୁ ରୋକିବା ପାଇଁ ସମସ୍ତ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା ସହ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

ସେହିଭଳି ସମସ୍ତ ବିଭାଗକୁ ୮ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ହିଟୱେଭ ସମୟରେ କୋଇଲା ଭାଟି ଲଗାଇବା ଉପରେ କଟକଣା ସହ ବିଏମସି ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ସେହିପରି ବସ୍ତି ଗୁଡିକରେ ସାଧାରଣତଃ ଜରିର ଘର ଥାଏ ତେଣୁ ସେଠାରେ କିଭଳି ନିଆଁ ନ ଲାଗିବ ବା ଖରା ଦାଉରୁ ସେମାନେ କିପରି ମୁକ୍ତ ରହିବେ ସେନେଇ ପାଣିର ବ୍ୟବସ୍ଥା ଆଉ ପାହାଡ ଉପରେ ବା ଉଚ୍ଚ ଅଞ୍ଚଳରେ ରହୁଥିବା ସହରବାସୀଙ୍କ କିଭଳି ସହଜରେ ପାଣି ଯୋଗାଇ ହେବ ସେନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମେୟର ସୂଚନା ଦେଇଛନ୍ତି ।

ଖାଲି ମଣିଷଙ୍କ ପାଇଁ ନୁହେଁ ପଶୁମାନଙ୍କ ପାଇଁ ମଧ୍ୟ କିପରି ପିଇବା ପାଣିର ବ୍ୟବସ୍ଥା କରାଯିବ ଏନେଇ ଏନଜିଓ ମାନଙ୍କୁ ଚିଠି କରାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଆଗକୁ ଆସୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସହରର ଶ୍ରମିକ ମାନକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କଳ୍ପନା ଓ ନୟାପଲ୍ଲୀ ଭଳି ସ୍ଥାନରେ ଦିନମଜୁରିଆ ସକାଳୁ ସେମାନଙ୍କର କାର୍ଯ୍ୟ ଅନେଷ୍ବଣରେ ବାହାରୁଛନ୍ତି ସେହି ସ୍ଥାନରେ ଟେଣ୍ଟର ବ୍ୟବସ୍ଥା କରାଯିବ ବୋଲି ବୈଠକରେ କୁହାଯାଇଛି । ଅନ୍ୟପଟେ ତାତି ବଢିଲେ ଖାଦ୍ୟ ନଷ୍ଟର ସମ୍ଭାବନା ବେଶୀ ଥିବାରୁ ସମସ୍ତ ହୋଟେଲ ରେଷ୍ଟରାଣ୍ଟ ଉପରେ ବିଏମସିର ନଜର ରହିବ । ଏନେଇ ଏକ ଖାଦ୍ୟ ନିରାପତ୍ତା ଯାଞ୍ଚ ଟିମ ଗଠନ କରାଯାଇଛି ଏଥିରେ ଥିବା ଇନ୍ସପେକ୍ଟର ମାନେ ଖାଦ୍ୟ ବିଭିନ୍ନ ସ୍ଥାନରେ ବୁଲି ଖାଦ୍ୟର ନିରାପତା ଯାଞ୍ଚ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details