ଓଡିଶା

odisha

ETV Bharat / state

ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ - ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ

fire broke out in oil factory:ସାରୁଅ ଶିଳ୍ପାଞ୍ଚଳରେ ଥିବା ୟୁନଭରସାଲ୍ ଇନଫ୍ରା ଏଣ୍ଡ୍ ଏଗ୍ରି ଅଏଲ୍ ପ୍ରାଇଭେଟ୍ ଲିମିଟେଡ ନାମକ ଖାଇବା ତେଲ ଫ୍ୟାକ୍ଟ୍ରିର ଗେଦାମରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ । ଅଧିକ ପଢନ୍ତୁ

ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

By ETV Bharat Odisha Team

Published : Dec 28, 2023, 8:46 PM IST

ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖୋର୍ଦ୍ଧା: ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ସାରୁଅ ଶିଳ୍ପାଞ୍ଚଳରେ ଥିବା ୟୁନଭରସାଲ ଇନଫ୍ରା ଏଣ୍ଡ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡ ନାମକ ଖାଇବା ତେଲ ଫ୍ୟାକ୍ଟ୍ରିର ଗେଦାମ ଘରେ ନିଆଁ ଲାଗିଯାଇଛି ।ଲକ୍ଷାଧିକ ଟଙ୍କାର ସମ୍ପର୍ତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ନିଆଁର ଭୟାବହ ଏତେ ଭୟଙ୍କର ଥିଲାଯେ ସାର ଅଞ୍ଚଳ ପୂରା ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସଟ ସର୍କ୍ରିଟ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ୟୁନଭରସାଲ ଇନଫ୍ରା ଏଣ୍ଡ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡର ଗେଦାମ ଘରେ ତେଲ ପାକିଂ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକରେ ନିଆଁ ଲାଗିଯାଇଛି । ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀର ତିନୋଟି ଟିମର ୧୫ ଜଣ ଅଗ୍ନିଶମ କର୍ମଚାରୀ ପହଞ୍ଚି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଇରାକରେ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, 14 ମୃତ, 18 ଆହତ

ଏହା ମଧ୍ୟ ପଢନ୍ତୁ .......ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି

ତେବେ ଗୋଦାମ ଘରେ ତେଲ ପ୍ୟାକେଟ ବିପୁଳ ମାତ୍ରାରେ ଥିବା ଯୋଗୁଁ ନିଆଁ ଜୋରରେ ବ୍ୟାପୁଥିବା ଦେଖିବାକୁ ମିଳିଛି । ଅଗ୍ନିଶମ କର୍ମଚାରୀ ମେସିନ ସାହାଯ୍ୟରେ ଧୁଆଁକୁ ଆଡ଼ଜଷ୍ଟର ମଧ୍ୟରେ ବାହାର କରାଯାଉଛି ।ଏହାସହ ଘରର କାନ୍ଥ ଭାଙ୍ଗି ନିଆକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଖୋର୍ଦ୍ଧା ଅଗ୍ନିଶମ ଅଧିକାରୀ କହିଛନ୍ତି ।ଏବେବି ନିଆଁ ଲିଭିନଥିବା ବେଳେ ନିଆଁ ଆୟତ୍ତରେ ଥିବା ଜଣାପଡିଛି ।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଥିବା ବେଳେ ନିଆଁ ନିୟନ୍ତ୍ରଣ ପରେ ପକୃତ କ୍ଷୟକ୍ଷତି ଜଣାପଡିବ । ଉକ୍ତ କମ୍ପାନୀର ସମସ୍ତ କର୍ମଚାରୀ ସୁରକ୍ଷିର ରହିଥିବା ବେଳେ କୌଣସି ଜୀବନହାନୀ ହୋଇନଥିବା ସୂଚନା ମଳିଛି ।ବର୍ତ୍ତାମାନ ସମସ୍ତ କୋଠରୀର ଅଗ୍ନିକୁ ଆୟକ କରାଯାଇଥିବା ବେଳେ କେବଳ ଗୋଟିଏ କୋଠରୀରେ ନାଆଁ ଲାଗିଥିବା ଜଣାପଡିଛି ।ଏହାକୁ ଯଥା ଶିଘ୍ର ଆୟତ୍ତକୁ ଅଣାଯିବ ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details