ଭୁବନେଶ୍ବର:ପଣ୍ଡ ହେଲା ଲୁଟର ଉଦ୍ୟମ । ଆତଙ୍କ ରଚିବା ପୂର୍ବରୁ କାବୁ କରିନେଲା କମିଶନରେଟ ପୋଲିସ୍ । ନିଶାଦେଇ ଲୁଟପାଟ ଯୋଜନା ବେଳେ ଧରିଲା ପୋଲିସ୍ । ଦୀର୍ଘ ଦିନ ଧରି ମାଷ୍ଟରକ୍ୟାଣ୍ଟିନରେ ଆତଙ୍କ ରଚୁଥିବା ମୁସ୍କାନ ଓରଫ ସରିଫା ଖାତୁନ ଓ ତାର ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୁସ୍କାନ ସମେତ ତାର ତିନି ସହଯୋଗୀ ଅଶୋକ ବେହେରା, ସୁଶାନ୍ତ ରାଉତ ଓ ପୁର୍ଣ୍ଣ ଚନ୍ଦ୍ର ସେଠୀକୁ ଧରିବାରେ ସଫଳ ହୋଇଛି ଖାରବେଳ ନଗର ପୋଲିସ ।
ଭୁବନେଶ୍ୱର ଜୋନ ୧ ଏସିପି ମାନସ ଗଡ଼ନାୟକ କହିଛନ୍ତି, ‘‘ଗିରଫ ୪ ଅଭିଯୁକ୍ତ ରିଲାଏନ୍ସ ମଲ ପଛପଟେ ଏକ ଲୁଟ ଯୋଜନା କରୁଥିଲେ। ଏହି ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଏମାନଙ୍କୁ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗର ମାଷ୍ଟମାଇଣ୍ଡ ମୁସ୍କାନକୁ ହେପାଜତରେ ନିଆଯାଇଛି । ଗତ କିଛି ଦିନଧରୀ ମୁସ୍କାନ ଓ ତାର ଗ୍ୟାଙ୍ଗ ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ଟ୍ରାପ କରୁଥିଲା । ବିଶ୍ବାସ ଜିତି ଖାଦ୍ୟର ଦେଉଥିଲେ ନିଶା ଓ ତାପରେ ଲୁଟି ନେଉଥିଲେ ଯାତ୍ରୀଙ୍କୁ । ଏହାସହ ନିଜ ସହଯୋଗୀଙ୍କ ଜରିଆରେ ଟ୍ରେନ ଫେରନ୍ତା ଯାତ୍ରୀ ଓ ମାଷ୍ଟରକାଣ୍ଟିନ ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କୁ କରୁଥିଲା ଶିକାର । ନିରୀହ ଯାତ୍ରୀଙ୍କୁ ନିଜର ନିଛାଟିଆ ସ୍ଥାନକୁ ନେଇ ମୋବାଇଲ ଛଡାଇ ଧମକ ଚମକ ଦେଇ ଲୁଟୁଥିଲେ ।’’
ଏହା ମଧ୍ୟ ପଢନ୍ତୁ....ଫେସବୁକରେ ଲାଇଭ କରି ଝୁଲି ପଡିଲେ ମେଡିସିନ ଦୋକାନୀ