ଭୁବନେଶ୍ବର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ରାଜ୍ୟରେ ପ୍ରମୁଖ ଧଳ ମାନେ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେଣି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ ଆରମ୍ଭ ହେଲାଣି କସରତ । ସେପଟେ ଦୀର୍ଘ 24 ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ପ୍ରସ୍ତୁତୁ ଆରମ୍ଭ କରିଛି କଂଗ୍ରେସ । 24 ବର୍ଷର ଶାସକ ବିଜେଡିକୁ ରାଜ୍ୟରୁ ହଟାଇବା ପାଇଁ ତତ୍ପର ହେଉଛି କଂଗ୍ରେସ । ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ସହ ଯୋଡି ହେଉଛି ଦଳ । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ ।
ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଉପରେ ଆସ୍ଥାଭାଜନ କରି କଂଗ୍ରେସର ହାତ ଧରୁଛନ୍ତି ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ । ଆଜି କଂଗ୍ରେସ ଦ୍ବାରା ଆୟୋଜନ କରାଯାଇଥିବା ମିଶ୍ରଣ ପର୍ବରେ ଓକିଲ, ସମାଜସେବୀ, ଅଭିନେତା କଂଗ୍ରେସରେ ମିଶିଛନ୍ତି । କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ସମାଜସେବୀ ପୂର୍ଣଚନ୍ଦ୍ର ସାହୁ, ମୁନାଚାନ୍ଦ ନାୟକ ଏବଂ ମହିଳା ବିଜେଡିର ସାଧାରଣ ସମ୍ପାଦକ ଥିବା ଭାଗ୍ୟଶ୍ରୀ ଜେନା । ଦଳର ରାଜ୍ୟ ପ୍ରଭାରୀ ଚେଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏଭଳି ମିଶ୍ରଣ ରାଜ୍ୟ କଂଗ୍ରେସକୁ ଅଧିକ ମଜବୁତ କରାଇବ । ସାଧାରଣ ନିର୍ବାଚନ ପୂର୍ବରୁ ଏହା କର୍ମୀଙ୍କ ମନରେ ଉତ୍ସାହ ଭରିଦେବ ।
ଏହା ମଧ୍ୟ ପଢ଼ନ୍ତୁ........କଂଗ୍ରେସ କାର୍ଯ୍ୟାଳୟରେ ଚେଲା କୁମାର, ପ୍ରତିକ୍ରିୟା ରଖିଲେ ପିସିସି ସଭାପତି