ଭୁବନେଶ୍ବର:ତ୍ରିକାଳ ଦର୍ଶି ବାବାଙ୍କ ତ୍ରୀକାଳ ଦର୍ଶନର ରହସ୍ୟର ହେଲା ପର୍ଦ୍ଦାଫାସ । ଚମତ୍କାର ବାବାଙ୍କର ସାମ୍ନାକୁ ଆସିଲା ଚତୁର ଦିମାଗ । ସିସିଟିଭି ଦେଖି କରୁଥିଲେ ଭବିଷ୍ୟତବାଣୀ । ବିଶ୍ବାସ ଦେଇ ବ୍ୟବସାୟୀଙ୍କୁ ଲଗାଉଥିଲେ ଲକ୍ଷାଧିକ ଟଙ୍କାର ଚୂନା । ଏମିତି ଠକ ମହିଳା ଏଜେଣ୍ଟକୁ ଗିରଫ କରିଛି କମିଶନରେଟ ପୋଲିସ । ବାବାଙ୍କୁ ପରିଚିତ କରାଇ ବ୍ୟବସାୟୀଙ୍କୁ ଠକିଥିବା ଜଣେ ଧ୍ରୁତ ଶିଷ୍ୟ ତଥା ମହିଳାଙ୍କୁ ଗିରଫ କରିଛି ବଡଗଡ ଥାନା । ଗିରଫ ପରେ ମହିଳା ରଚିଥିବା ଠକେଇ କାରନାମାର ଗୁମର ଖୋଲିଛି କମିଶନରେଟ ପୋଲିସ ।
ଏସିପି ଏସ ଏନ୍ ମୁଦୁଲି କହିଛନ୍ତି, ‘‘ଠକ ମହିଳାଙ୍କ ନାଁ ରିନି ସାହୁ ଘର ନିମାପଡା । ବଡଗଡ ଲକ୍ଷ୍ମୀସାଗର କେନାଲ ରୋଡରେ ଥିବା JBS ମାର୍ଟରେ କାମ କରୁଥିଲେ ଠକ ମହିଳା । ମହିଳା କର୍ମଚାରୀ ମାର୍ଟର ମାଲିକଙ୍କ ସହ ଧିରେ ଧିରେ ବଢ଼ାଇଥିଲେ ସମ୍ପର୍କ । ବ୍ୟବସାୟୀଙ୍କର କାରବାର ବୁଝାସୁଝା ସହ ଧିରେ ଧିରେ ବ୍ୟବସାୟୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ଚତୁରତାର ସହ ମାଲିକଙ୍କ ଘରର ସିସିଟିଭିର ପାସଓ୍ବାର୍ଡ ହାତେଇ ମହିଳା ନିଜ ମୋବାଇଲରେ ଦେଖୁଥିଲେ ବ୍ୟବସାୟୀଙ୍କ ସବୁ କାରବାର । ଆଉ ଏହାରି ଭିତରେ ନିଜର ଚତୁର ଦିମାଗରେ ବ୍ୟବସାୟୀଙ୍କୁ ଫସାଇବାର ପ୍ଲାନ୍ ରଚିଥିଲେ ମହିଳା ଜଣକ । ଯୋଜନା ମୁତାବକ ନିଜର ଜଣେ ସମ୍ପର୍କୀୟଙ୍କୁ ତ୍ରିକାଳ ଦର୍ଶି ବାବା ଦର୍ଶାଇ ବ୍ୟବସାୟୀଙ୍କ ସହ କରାଇଥିଲେ ପରିଚିତ । ପରେ ବ୍ୟବସାୟୀଙ୍କୁ ତାଙ୍କ ସିସିଟିଭିରୁ ଘଟୁଥିବା କିଛି ଘଟଣାର ଉଦାହରଣ ଦେଇ ବିଶ୍ବାସ ଜମାଇଥିଲେ । ଆଉ ବିଶ୍ବାସ ଆଳରେ ସବୁ କାରବାର ହାତକୁ ନିଜେ ପରିଚାଳନା କରିବା ଅଧିକାର ମଧ୍ୟ ପାଇଥିଲେ ମହିଳା ଜଣକ। ।’’