ଖୋର୍ଦ୍ଧା:ଜିଲ୍ଲା 16 ନମ୍ୱର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ କିଛିଟା ପରିବର୍ତ୍ତନ ଦାବି କରିଥିଲେ ଖୋର୍ଦ୍ଧା ବାସିନ୍ଦା ଓ ବିଭିନ୍ନ ରାଜନୈତିକ ଦଳ । ସେହିସବୁ ଦାବି ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଚେଷ୍ଟାରେ ସଫଳ ହୋଇଛି । ଏନେଇ ବିଜେପି ପକ୍ଷରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଅପରାଜିତାଙ୍କ ପ୍ରୟାସରେ ନିର୍ମାଣ ହେବ ଫ୍ଲାଏ ଓଭର, ଧନ୍ୟବାଦ ଜଣାଇଲେ ଖୋର୍ଦ୍ଧାବାସୀ - flyover
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୂତଳ ରାସ୍ତା ବଦଳରେ ନିର୍ମାଣ ହେବ ଓଭର ବ୍ରିଜ । ଏନେଇ ସାଂସଦ ଅପରାଜିତା ଷଡଙ୍ଗୀକୁ ଧନ୍ୟବାଦ ଜଣାଇଲେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...
ଖୋର୍ଦ୍ଧାବାସୀଙ୍କ ଦାବି ଅନୁସାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୂତଳ ରାସ୍ତା ବଦଳରେ ଓଭର ବ୍ରିଜ ଏବଂ ତାପଙ୍ଗ ଛକରେ ଭୁତଳ ରାସ୍ତା କାର୍ଯ୍ୟକୁ ମଞ୍ଜୁରି ମିଳିଛି । ନିଜେ ଭୁବନେଶ୍ୱର ସାଂସଦ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଗଡ଼କରିଙ୍କ ସହିତ ଆଲୋଚନା କରିବା ସହିତ ଦାବି ଉପସ୍ଥାପନା କରିଥିଲେ । ପରେ ଏହିସବୁ କାର୍ଯ୍ୟରେ ପରିବର୍ତ୍ତନ କରାଯାଇଛି । ଆଜି(ଶନିବାର) ସମସ୍ତ ଦଳ ଓ ଖୋର୍ଦ୍ଧାବାସୀଙ୍କୁ ଏହି କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ।
ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ରଶ୍ମି ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତ ରାୟ ପ୍ରମୁଖ ଉପସ୍ଥିତ ରହି ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ