ଖୋର୍ଦ୍ଧା: ଜିଲ୍ଲାର ଜଙ୍କିଆ ଥାନା ରାମ୍ଭାବିଲ୍ଲୀ ଗାଁର ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ନିରାକାରପୁରର ବିକାଶ ସାହୁ ।
ସୂଚନାଅନୁସାରେ, କୂଅରୁ ଉଦ୍ଧାର ହୋଇଥିବା ଯୁବକ ବିକାଶ ଗତ 9 ତାରିଖରେ ରମ୍ଭାବିଲ୍ଲୀ ଗାଁକୁ ଏକ ବରଯାତ୍ରୀରେ ଆସିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ତେବେ ଶୁକ୍ରବାର ରମ୍ଭାବିଲ୍ଲୀ ଗାଁର ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।