ଓଡିଶା

odisha

ETV Bharat / state

ଜଙ୍ଗଲୀ ବାରହା ଆକ୍ରମଣରେ ଛିଣ୍ଡିଲା ପାପୁଲି

ଖୋର୍ଦ୍ଧାରେ ବାରହା ଆତଙ୍କ । ଦେଢବର୍ଷ ଶିଶୁ କନ୍ୟାର ହାତ ପାପୁଲି ଛିଣ୍ଡାଇଲା ବାରହା ।

By

Published : Feb 4, 2019, 2:06 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ଦଧିମାଛ ଗାଡିଆ ନିକଟରେ ବାରହା ଆତଙ୍କ । ଦେଢବର୍ଷ ଶିଶୁ କନ୍ୟାର ହାତ ପାପୁଲି ଛିଣ୍ଡାଇଲା ବାରହା । ଗୁରୁତର ଅବସ୍ଥାରେ ଶିଶୁଟିକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଙ୍ଗଲ ନିକଟରେ ଶିଶୁଟି ଖେଳୁଥିବାବେଳେ ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ଦଧିମାଛ ଗାଡ଼ିଆ କ୍ରସର ନିକଟରେ ବାପା ମା କାମ କରୁଥିବା ସମୟରେ ଶିଶୁଟି ଖେଳୁଥିଲା । ଏହି ସମୟରେ ଏକ ଜଙ୍ଗଲୀ ବାରହା ଆସି ଝିଅଟିକୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଶିଶୁର ବାମ ହାତ ପାପୁଲି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details