ଓଡିଶା

odisha

ETV Bharat / state

ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ 9 ଘଣ୍ଟା ଜେରା, ଚାଲିଛି ନଥିପତ୍ର ଯାଞ୍ଚ

ଘରୋଇ ଗଣମାଧ୍ୟମ ସଂସ୍ଥାର 3 ଜଣ କର୍ମଚାରୀଙ୍କୁ ଥାନାରେ ଏସପିଙ୍କ 9 ଘଣ୍ଟା ଜେରା । ଜେରା ବେଳେ ସଂସ୍ଥାର ଜମି କିଣାବିକାର ନଥିପତ୍ର ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଆଉ କିଛି ନଥିପତ୍ର ତଦନ୍ତ କରିବା ପାଇଁ ମଗାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

By

Published : Oct 11, 2020, 10:33 AM IST

ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ 9 ଘଣ୍ଟା ଜେରା, ଚାଲିଛି ନଥିପତ୍ର ଯାଞ୍ଚ
ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ 9 ଘଣ୍ଟା ଜେରା, ଚାଲିଛି ନଥିପତ୍ର ଯାଞ୍ଚ

ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥାର 3 ଜଣ କର୍ମଚାରୀଙ୍କୁ ଥାନାରେ ଏସପିଙ୍କ 9 ଘଣ୍ଟା ଜେରା । ସଂସ୍ଥାର ଦୁଇ ଜଣ ବରିଷ୍ଠ କର୍ମଚାରୀ ଅନିରୁଦ୍ଧ ପଣ୍ଡା, ଫାଇନାନ୍ସ ହେଡ୍ ମନୋରଞ୍ଜନ ଷଡଙ୍ଗୀ ଓ ଜଣେ ପୂର୍ବତନ କର୍ମଚାରୀ ସଲିଲ ମହାନ୍ତିଙ୍କୁ ପୋଲିସ ପଚରାଉଚୁରା କରି ଛାଡିଛି ।

ଜେରା ବେଳେ ସଂସ୍ଥାର ଜମି କିଣାବିକାର ନଥିପତ୍ର ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଆଉ କିଛି ନଥିପତ୍ର ତଦନ୍ତ କରିବା ପାଇଁ ମଗାଯାଇଥିବା ଜଣାପଡିଛି ।

ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ 9 ଘଣ୍ଟା ଜେରା, ଚାଲିଛି ନଥିପତ୍ର ଯାଞ୍ଚ

ରବିବାର 11ଟାରୁ ବାଘମାରୀ ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିବା ଦୁଇଟି ମାମଲାରେ ସଂସ୍ଥାର କର୍ତ୍ତୃପକ୍ଷ ହାଜର ହୋଇଥିଲେ । କିନ୍ତୁ ଆବଶ୍ୟକ ପଡିଲେ ଅଭିଯୋଗ ହୋଇଥିବା ସଂସ୍ଥାର ଏମଡି ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଡାକି ପଚରାଉଚୁରା କରାଯିବ ବୋଲି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ।

ବାଘମାରୀ ଥାନାରେ ହୋଇଥିବା ଜେରାରେ ଖୋର୍ଦ୍ଧା ଏସପିଙ୍କ ସମେତ 6 ଜଣିଆ ଖୋର୍ଦ୍ଧା ପୋଲିସର ସ୍ବତନ୍ତ୍ର ଟିମ ସାମିଲ ହୋଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details