ଓଡିଶା

odisha

ETV Bharat / state

୧୮୫୫୨ ଅଯୋଗ୍ୟ ହିତାଧିକାରୀଙ୍କ ଖାତାରେ 9 କୋଟି କଳିଆ ଟଙ୍କା

ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ଆରମ୍ଭ କରିଥିଲେ କାଳିଆ ଯୋଜନା । କିନ୍ତୁ ଏବେ ଏହି ଯୋଜନା ଚାଷୀଙ୍କ ପାଇଁ କାଳ ପାଲଟିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Sep 21, 2019, 6:29 AM IST

ଖୋର୍ଦ୍ଧା: ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ଆରମ୍ଭ କରିଥିଲେ କାଳିଆ ଯୋଜନା । କିନ୍ତୁ ଏବେ ଏହି ଯୋଜନା ଚାଷୀଙ୍କ ପାଇଁ କାଳ ପାଲଟିଛି। ଟଙ୍କା ପ୍ରଦାନ ପୂର୍ବରୁ ପ୍ରକୃତ ଚାଷୀ ଚିହ୍ନଟ ନକରି ଟଙ୍କା ଆକାଉଣ୍ଟକୁ ପଠାଇଲେ । ଏବେ ସରକାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ସେମାନଙ୍କ ଠାରୁ ଦେଇଥିବା ଟଙ୍କା ଫେରାଇବା ପାଇଁ ଯୋଜନା କରୁଛନ୍ତି । ଏହି ଘଟଣାରେ ଚାଷୀ ଏବେ ଚିନ୍ତାରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଯୋଜନାରେ ଯେଉଁ ଟଙ୍କା ମିଳିଥିଲା ତାହା ଚାଷ କାମରେ ଲଗାଇ ଦେଇଥିବା ଚାଷୀମାନେ କହିଛନ୍ତି । ସେହିପରି ଏହି ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଉପ କୃଷି ଅଧିକାରୀ କହିଛନ୍ତି ଜିଲ୍ଲାରେ ୧୮୫୫୨ ଜଣ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ତାଙ୍କ ବ୍ୟାଙ୍କ ଖାତାକୁ ୯ କୋଟି ୨୭ ଲକ୍ଷ ୬୦ହଜାର ଟଙ୍କା ଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details