ଓଡିଶା

odisha

By

Published : Feb 15, 2023, 11:47 AM IST

Updated : Feb 15, 2023, 11:58 AM IST

ETV Bharat / state

State Film Awards: କାଳିଆ କରୁଛି ଲୀଳା ଶ୍ରେଷ୍ଠ ଫିଲ୍ମ, ଦେବାଶିଷ-ଲିପ୍ସା ଶେଷ୍ଠ ଅଭିନେତା, ଅଭିନେତ୍ରୀ

ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ୮ମ ଟେଲି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ ଭାବେ ଦେବାଶିଷ-ଲିପ୍ସାଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

୮ମ ରାଜ୍ୟ ଟେଲି ପୁରସ୍କାର
୮ମ ରାଜ୍ୟ ଟେଲି ପୁରସ୍କାର

State Film Awards

ଭୁବନେଶ୍ବର: ୨୦୧୯ ବର୍ଷ ପାଇଁ ୮ମ ଟେଲି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ୮ମ ରାଜ୍ୟ ଓଡିଆ ଟେଲିଭିଜନ ପୁରସ୍କାର ବିତରଣ ଉତ୍ସବରେ ପୁଣି ବାଜିମାତ କରିଛି ଅକ୍ଷୟ ପରିଜା ପ୍ରଡକ୍ସନ । ଏହି ଟେଲି ଆୱାର୍ଡ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଗତ ୨୦୧୯ ବର୍ଷରେ ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ "ସରଗମ"ଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଟେଲି ଫିଲ୍ମ କାଳିଆ କରୁଛି ଲୀଳାର ନାୟକ ଦେବାଶିଷ ପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ଓ ରଙ୍ଗିଲା ବୋହୂର ନାୟିକା ଲିପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟର ସମ୍ମାନ ଜନକ ଟେଲି ଆୱାର୍ଡ ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଚଣ୍ଡୀ ପରିଜା, ଶ୍ରେଷ୍ଠ ଖଳନାୟକ ଭାବେ ସୁରେଶ ମିଶ୍ର, ଶ୍ରେଷ୍ଠ ଖଳନାୟିକା ଭାବେ ଉଷାଶ୍ରୀ ମିଶ୍ରଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।

ଅନ୍ୟପଟେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଶଙ୍କର୍ଷଣ ପ୍ରଧାନ, ପାର୍ଶ୍ଵ ଅଭିନେତା ଭାବେ ଜୀବନ ପଣ୍ଡା, ପାର୍ଶ୍ଵ ଅଭିନେତ୍ରୀ ଭାବେ ମଧୁସ୍ମିତା ପ୍ରଧାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ବିଜୟ ମଲ୍ଲ, ଶ୍ରେଷ୍ଠ କାହାଣୀକାର ଭାବେ ପ୍ରସନ୍ନ ପୃଷ୍ଟି, ଶ୍ରେଷ୍ଠ ଶିକ୍ଷା ଓ ଶିଶୁ ଭିତ୍ତିକ ଚଳଚ୍ଚିତ୍ର କଲମର ପ୍ରଯୋଜକ ଶିବ ଶଙ୍କର ଦାସ, ଶ୍ରେଷ୍ଠ ଶବ୍ଦ ଗ୍ରହଣ ପାଇଁ ଅଭିମନ୍ୟୁ ବେହେରା, ଶ୍ରେଷ୍ଠ ଚିତ୍ର ଗ୍ରହଣ ପାଇଁ ନିରଞ୍ଜନ ଦାସ ଓ ଶ୍ରେଷ୍ଠ ସମ୍ପାଦନା ପାଇଁ ଚନ୍ଦ୍ର ଶେଖର ମିଶ୍ରଙ୍କୁ ରାଜ୍ୟ ଟେଲି ଆୱାର୍ଡ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଚଳଚ୍ଚିତ୍ର ନିଗମ ଅଧକ୍ଷ କୁନା ତ୍ରିପାଠୀ, ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ କଳାକାର, ସିନେ ଓ ଧାରାବାହିକ ପ୍ରେମୀ ଯୋଗ ଦେଇଥିଲେ ।

ତେବେ ବିଳମ୍ବରେ ହେଉ ପଛେ ୨୦୧୯ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଯୋଗ୍ୟ ପ୍ରତିଭାବାନ କଳାକାର ଖୁସି ହେବା ସହ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ୧୯ଟି ବିଭାଗରେ ପୁରସ୍କାର ଦିଆଯାଇଥିବା ବେଳେ ପୁନଃ ଚୟନରେ ଓଡ଼ିଆ ଚଳଚ୍ଚିତ୍ର ‘ନିମକି କଟିଯାଇଛି । ସେହିପରି ୨୦ ବିଭାଗରେ ପୂର୍ବରୁ ଦିଆଯାଉଥିବା ବେଳେ ଏଥର ଆଦିବାସୀ ଭାଷାରେ ଶ୍ରେଷ୍ଠ ଟେଲି ପୁରସ୍କାର ପାଇଁ କାହାକୁ ମନୋନୀତ କରାଯାଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 15, 2023, 11:58 AM IST

ABOUT THE AUTHOR

...view details