ଓଡିଶା

odisha

ETV Bharat / state

ଜିଲ୍ଲାର 81 ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ - ଖୋର୍ଦ୍ଧା ୮୧ ରୂପାନ୍ତ୍ରିତ ଉଚ୍ଚ ବିଦ୍ୟାଳୟ ଖବର

ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଅତ୍ୟାଧୁନିକ ଶ୍ରେଣୀଗୃହ, ବିଜ୍ଞାନାଗାର, ଲାଇବ୍ରେରୀ ଆଦି ପ୍ରସ୍ତୁତ କରି 5Tରେ ରୂପାନ୍ତରିତ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର 81ଟି ଅତ୍ୟାଧୁନିକ ଉଚ୍ଚ ବିଦ୍ୟାଳୟକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରୂପାନ୍ତରିତ ହେଲା ଖୋର୍ଦ୍ଧା ଜିଲ୍ଲାର 81 ଉଚ୍ଚ ବିଦ୍ୟାଳୟ
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରୂପାନ୍ତରିତ ହେଲା ଖୋର୍ଦ୍ଧା ଜିଲ୍ଲାର 81 ଉଚ୍ଚ ବିଦ୍ୟାଳୟ

By

Published : Jun 1, 2022, 10:34 PM IST

ଖୋର୍ଦ୍ଧା: ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଅତ୍ୟାଧୁନିକ ଶ୍ରେଣୀଗୃହ, ବିଜ୍ଞାନାଗାର, ଲାଇବ୍ରେରୀ ଆଦି ପ୍ରସ୍ତୁତ କରି 5Tରେ ରୂପାନ୍ତରିତ କରାଯାଉଛି । ଏହି 5T ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟ ଭଳି ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଆଜି(ବୁଧବାର) ଖୋର୍ଦ୍ଧା ଜିଲ୍ଲାର 81ଟି ଅତ୍ୟାଧୁନିକ ଉଚ୍ଚ ବିଦ୍ୟାଳୟକୁ ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳ ପଡିଆ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରୂପାନ୍ତରିତ ହେଲା ଖୋର୍ଦ୍ଧା ଜିଲ୍ଲାର 81 ଉଚ୍ଚ ବିଦ୍ୟାଳୟ

ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର 6, ବାଲିପାଟଣାର 7, ବାଲୁଗାଁ ଏନଏସିର 1, ବାଣପୁର 4, ବେଗୁନିଆ 7, ବୋଲଗଡ଼ 11, ଭୁବନେଶ୍ୱର 10, ଚିଲିକା 5, ଜଟଣୀ 7, ଖୋର୍ଦ୍ଧା 12 ଏବଂ ଟାଙ୍ଗି ବ୍ଲକର 11ଟି ଉଚ୍ଚ ବିଦ୍ୟାଳୟକୁ 5ଟିରେ ରୂପାନ୍ତରିତ କରାଯାଇଛି । ଏହି ଅବସରରେ ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟର ଛାତ୍ର ପର୍ଶୁରାମ ମହାପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସେ ଭବିଷ୍ୟତରେ କ’ଣ ହେବେ ବୋଲି ପଚାରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅରବିନ୍ଦ ଢ଼ାଲି, ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details