ଭୁବନେଶ୍ବର: ଆଜିର ଯୁଗ ଡିଜିଟାଲ ଯୁଗ । ଏ ସମୟରେ ଡିଜିଟାଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଡିଜିଟାଲ ମିଡ଼ିଆର ବହୁଳ ବ୍ୟବହାର ଯୋଗୁଁ ଖବର ହାତ ପାଆନ୍ତାରେ ପହଞ୍ଚିଛି । ଡିଜିଟାଲ ମିଡିଆ ଖାଲି ରାଜ୍ୟ ନୁହେଁ ସମଗ୍ର ଦେଶରେ ଏବେ ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି । ରାଜନୀତି ପୂର୍ବରୁ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲି । ପ୍ରତିଦିନ ଖବର ଅନ୍ବେଷଣରେ ବାହାରୁ ଥିଲି। ହେଲେ ଦିନ ଆସିଲା ମୁଁ ସିଧାସଳଖ ରାଜନିତୀରେ ପ୍ରବେଶ କଲି । ସପ୍ତମ ଜାତୀୟ ମିଡିଆ କକ୍ଲେଭ 2023 ଉଦଯାପନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ସପ୍ତମ ଜାତୀୟ ମିଡ଼ିଆ କନକ୍ଲେଭ ୨୦୨୩ ର ଉଦଯାପନୀ ଉତ୍ସବ ଶେଷ ହୋଇଯାଇଛି । ଇନଷ୍ଟିଚୟୁଟ ଫର ମିଡ଼ିଆ ଷ୍ଟଡିଜ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଜିର ସମୟରେ ଡିଜିଟାଲ ଟେକ୍ନୋଲୋଜି, ମିଡ଼ିଆ ଓ ଡେମୋକ୍ରେସି ଭଳି ବିଷୟକୁ ନେଇ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା ହୋଇଥିଲା । ଆଜି ପ୍ରଥମ ସେସନରେ ଲିଙ୍ଗଗତ ସମାନତା ଓ ସାମ୍ବାଦିକତା କ୍ଷେତ୍ରରେ ମହିଳାଙ୍କ ବିଷୟରେ ଆଲୋଚନା ହୋଇଥିଲା । ଆଜି ଏହି ଉଦଯାପନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସମ୍ମାନିତ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ ।