ଖୋର୍ଦ୍ଧା: ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ସପ୍ତମ ସମାବର୍ତ୍ତନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ସମ୍ମାନୀତ ଅତିଥି ଭାବରେ ଦକ୍ଷତା ବିକାଶ ବିଭାଗ ସଚିବ ଡଃ କେ.ପି କ୍ରିଷ୍ଣନ୍ ପ୍ରମୁଖ ଯୋଗ ଦେଇଥିଲେ।
ଚଳିତ ବର୍ଷ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୨ଜଣ ପିଏଚଡି ଉପାଧି, ୪୫ ଜଣ ଏମଫିଲ, ୧୭ଜଣ ଏମଟେକ, ୪୯ ଜଣ ଏମବିଏ, ୪୨୩ଜଣ ଏମଏସସି, ୨୫୨ଜଣ ବିଏସସି, ୫୦୨ଜଣ ବିଟେକ, ୩୨ଜଣ ବିବିଏ, ୨୭୩ଜଣ ବିଏସସି ଡିଗ୍ରୀ ଛାତ୍ରଛାତ୍ରୀ ହାସଲ କରିଥିଲେ।