ଓଡିଶା

odisha

ETV Bharat / state

କାଳିଆ ଯୋଜନାରେ ସାମିଲ ହେବେ ୭୫ ଲକ୍ଷ ଚାଷୀ

ସମୁଦାୟ 75 ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରୁ 50 ଲକ୍ଷ କ୍ଷୁଦ୍ର ଚାଷୀ ରହିଥିବା 25 ଲକ୍ଷ ଚାଷୀ ଭୂମିହୀନ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

By

Published : Jun 7, 2019, 5:18 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାଳିଆ ଯୋଜନାରେ ସମୁଦାୟ 75 ଲକ୍ଷ ଚାଷୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବଳକା ରହିଯାଇଥିବା ହିତାଧିକାରୀଙ୍କୁ ଟଙ୍କା ଶୀଘ୍ର ମିଳିବା ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ନିର୍ବାଚନ ପୂର୍ବରୁ ୪୨ ଲକ୍ଷ ଚାଷୀ ଯୋଜନାରେ ସାମିଲ ହୋଇଥିବା ବେଳେ ବାକି ଚାଷୀମାନଙ୍କୁ ସରକାର ଗଠନ ହେବା ଦିନ ମିଳିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଭଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର


ମନ୍ତ୍ରୀ କହିଛନ୍ତି ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ପାଇଁ ଶପଥ ନେଲା ପରେ ଆଉ ୮ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଟଙ୍କା ପଠାଯାଇଛି । ଏହି ଭଳି ଭାବରେ ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆ ସାରିଲାଣି । ରାଜ୍ୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଟଙ୍କା ଦେବାର ଟାର୍ଗେଟ ରଖାଯାଇଛି ।

ସମୁଦାୟ ଯୋଜନାରେ ସାମିଲ ହେବାକୁ ଥିବା 75 ଲକ୍ଷ ଚାଷୀଙ୍କ ମଧ୍ୟରୁ ୫୦ ଲକ୍ଷ କ୍ଷୁଦ୍ର ଚାଷୀ ରହିଥିବା ବେଳେ ଅନ୍ୟ ୨୫ ଲକ୍ଷ ହେଉଛି ଭୂମିହୀନ ଚାଷୀ ପରିବାର ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ସେ କହିଛନ୍ତି ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ମଧ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ପ୍ୟାକେଜ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details