ଭୁବନେଶ୍ବର: ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି , ଆମେ ସବୁବେଳେ ସ୍କୁଲମାନଙ୍କରେ ସଚେତନ କରି ଆସୁଛୁ । ସର୍ବଦା ପିଲାମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ମଧ୍ୟ କରାଯାଉଛି । ବୃକ୍ଷ ପରିବେଶକୁ ସୁନ୍ଦର କରିଥାଏ । ଆମେମାନେ ଅନେକ ଜିନିଷକୁ ନେଇ ଗଛ ଉପରେ ନିର୍ଭର କରିଥାଉ । ତେଣୁ ଅଧିକରୁ ଅଧିକ ବୃକ୍ଷ ଲଗାଇବା ସେନେଇ ଆମେ ପ୍ରତିଶ୍ରୁତି ନେବା ଦରକାର।
ଏପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ‘‘ରାଜ୍ୟରେ ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନିଆଯାଉଛି । ଏହି ଜଙ୍ଗଲ ସୁରକ୍ଷାରେ ୨୦ ଲକ୍ଷ୍ୟ ୪ ହଜାର ପରିବାର ସାମିଲ ହୋଇଛନ୍ତି । ରାଜ୍ୟରେ ଥିବା ଜଙ୍ଗଲରେ ମଧ୍ୟ ବୃଦ୍ଧି ଘଟୁଛି । ସର୍ବେକ୍ଷଣ ୨୦୨୧ ଅନୁଯାୟୀ ରାଜ୍ୟରେ ୩୬.୭୧ ଜଙ୍ଗଲ ରହିଛି । ଦେଶରେ ୨୪.୬୨ ପ୍ରତିଶତ ଜଙ୍ଗଲ ଆମ ରାଜ୍ୟରେ ରହିଛି । ଯାହା ଦେଶରେ ୩ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ତେବେ ଚଳିତ ବର୍ଷ ରାଜ୍ୟରେ କିଭଳି ଭାବରେ ୩୬ ପ୍ରତିଶତ ରୁ ୪୦ ପ୍ରତିଶତ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି। ୨୦୨୨-୨୩ ବର୍ଷରେ ୫୯ ହଜାର ହେକ୍ଟର ଜମିରେ ବୃକ୍ଷ ଲଗାଯାଇଛି । ରାଜ୍ୟରେ ଥିବା ମହାନଦୀ, ବୈତରଣୀ ନଦୀ ଭଳି ଅନେକ ଛୋଟ ବଡ଼ ନଦୀର ଅବବାହିକାରେ ଏକ କିମି ଅଞ୍ଚଳ ପର୍ଯ୍ୟନ୍ତ ଜଙ୍ଗଲ ସବୁଜିମା କରାଯାଉଛି । ବନ ମହୋତ୍ସବ ପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ ।’’