ଓଡିଶା

odisha

ETV Bharat / state

Digital Cabinet Meeting: ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସରିଲା କ୍ୟାବିନେଟ ବୈଠକ । ଜାପାନରୁ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ଅଧିକ ପଢନ୍ତୁ

Digital Cabinet Meeting
Digital Cabinet Meeting

By

Published : Apr 9, 2023, 5:00 PM IST

Updated : Apr 9, 2023, 5:42 PM IST

ସରିଲା କ୍ୟାବିନେଟ ବୈଠକ, ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର:ସରିଲା କ୍ୟାବିନେଟ ବୈଠକ । ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଡିଜିଟାଲ କ୍ୟାବିନେଟ । ପ୍ରଥମଥର ପାଇଁ ୬ ହଜାର କିମି ଦୂରରେ କ୍ୟାବିନେଟ ବୈଠକ ବସିଥିଲା । ଜାପାନର କିଓଟାରୁ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ (OSWAN)ରେ ପ୍ରସ୍ତାବ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଏଲଏଲସି ଅଧୀନରେ ହେବ "ଓଡିଶା ପରିବାର ନିର୍ଦ୍ଦେଶାଳୟ" । ରାଜ୍ୟ ବାହାରେ ରହୁଥିବା ଏବଂ ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ଏହି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ସେହିପରି ୧୦ ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ବଲାଙ୍ଗୀର, ପୁଇଁତଳା, ଲୋଇସିଂହା, ଆଗଲପୁର, ଦେଓଗାଁ, ମୁରିବାହାଲ ଏବଂ ତୁରେଇକେଲାରେ ହେବ ପାନୀୟ ପ୍ରକଳ୍ପ ।

ଏହା ବି ପଢନ୍ତୁ- ଦେଶର ଦ୍ବିତୀୟ ଧନୀ ଦଳକୁ ସୁରଙ୍କ ଟାର୍ଗେଟ, ‘ବିଭିନ୍ନ ସୁତ୍ରରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛି ବିଜେଡି’

ସେହିପରି କଟକ, ବଲାଙ୍ଗୀର, ନବରଙ୍ଗପୁର ଏବଂ କୋରାପୁଟରେ ହେବ ପାଇପ ଜଳ ପ୍ରକଳ୍ପ । କଟକର ଟାଙ୍ଗି, ଚୌଦ୍ବାରରେ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏଫପିଓ ସହାୟତା ପାଇଁ ପାଣ୍ଠି ପ୍ରସ୍ତାବ, ଷୋଡଶ ବିଧାନସଭାର ଦ୍ଵାଦଶ ଅଧିବେଶନରେ ସତ୍ରବସାନକୁ ମଞ୍ଜୁରୀ ମିଳିଛି । ରାଜ୍ୟ ଯୋଜନା ଅନ୍ତର୍ଭୁକ୍ତ କୃଷକ ସଂଗଠନ ଗୁଡିକୁ ସହାୟତା କାର୍ଯ୍ୟକାରିତା ଲାଗି ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ (୫ବର୍ଷ)ପର୍ଯ୍ୟନ୍ତ ୩୧୩.୬୧ କୋଟି ଅନୁମୋଦନ କରାଯାଇଛି ।

୧୦୦୦ରୁ ଊର୍ଦ୍ଧ୍ବ କୃଷକ ଉତ୍ପାଦକ ସଂଗଠନରେ ଅତି କମରେ ୩ ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ । ଆଗାମୀ ୫ ବର୍ଷରେ ଋଣ ସଂଯୋଗୀକରଣ, ଆର୍ଥିକ, ବୈଷୟିକ, ଭିତ୍ତିଭୂମି ସହାୟତା ସହ ଏକତ୍ରୀକରଣ ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ କୃଷି ଉତ୍ପାଦକ ସଂଗଠନ ପରିବେଶ ପ୍ରଣାଳୀକୁ ସହାୟତା କରି ଓଡ଼ିଶାର କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କର ଉତ୍ତମ ଆୟ ସୁଯୋଗ ଓ ସାମାଜିକ ଅର୍ଥନୈତିକ ବିକାଶ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହାସହ ଉତ୍ପାଦର ଉଚିତ ମୂଲ୍ୟ ପାଇବା ସହ ଯୋଜନା କାର୍ଯ୍ୟକାରୀ ପ୍ରଥମ ବର୍ଷାନ୍ତେ ଅତିରିକ୍ତ ଅଭିବୃଦ୍ଧି ଆୟ କରିବା ପାଇଁ ଏହି ଯୋଜନା ସହାୟକ ହେବ।

ଓସୱାନ ଯୋଗେ ବୈଠକରେ ସାମିଲ ହୋଇଥିବାରୁ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବାରେ ଓଡ଼ିଶା ହେଉଛି ଏକ ଅଗ୍ରଣୀ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମ ସ୍ବଚ୍ଛ ପ୍ରଶାସନ ଦେବାରେ ସଫଳ ହୋଇଛି । ଡିଜିଟାଲ ଟେକ୍ନୋଲୋଜି ଏବେ ବାସ୍ତବ ଉପସ୍ଥିତିକୁ ଦୂର କରିପାରିଛି, ଡିଜିଟାଲ କ୍ୟାବିନେଟ ସରକାରୀ ନିଷ୍ପତ୍ତି ନେବାରେ ପ୍ରତିବନ୍ଧକୁ ହ୍ରାସ କରିଛି । ଏହା ଦ୍ବାରା ଲୋକସେବା ତ୍ବରାନ୍ବିତ ହୋଇପାରିଛି । ଓସୱାନ ଦ୍ବାରା ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସଫଳ ରୂପାୟନ ହୋଇପାରିଛି । ଫଳରେ ଲୋକସେବା ସୁଦୂର ପ୍ରସାରି ହୋଇଛି ବୋଲି କହିଛନ୍ତି ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 9, 2023, 5:42 PM IST

ABOUT THE AUTHOR

...view details