ଖୋର୍ଦ୍ଧା: ଆତଙ୍କ ଖେଳାଇଛି କଳା ପଲସର । ଘରୋଇ ଫାଇନାନ୍ସ କର୍ମଚାରୀ ମନୋରଞ୍ଜନ ପଟ୍ଟନାୟକ ଜଟଣୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ତାଙ୍କ ଠାରୁ 7 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠୁ ବନ୍ଧୁକ ମୁନରେ 7 ଲକ୍ଷ ଲୁଟ - 7 lakh rupees robbing a finance company employee
ଆତଙ୍କ ଖେଳାଇଛି କଳା ପଲସର । ଘରୋଇ ଫାଇନାନ୍ସ କର୍ମଚାରୀ ମନୋରଞ୍ଜନ ପଟ୍ଟନାୟକ ଜଟଣୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ତାଙ୍କ ଠାରୁ 7 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ
ସୂଚନାନୁଯାୟୀ, ମନୋରଞ୍ଜନ ଟଙ୍କା ଆଦାୟ କରି ଫେରୁଥିବାବେଳେ ଜଟଣୀ ମ୍ୟୁନିସପାଲଟି ଛକ ନିକଟରେ ତିନିଜଣ ଲୁଟେରା କଳା ପଲସରରେ ଆସି ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ । ତାଙ୍କୁ ନିର୍ଦ୍ଧୁମ ମାଡ ମାରିବା ପରେ ତାଙ୍କ ନିକଟରେ ଥିବା ନଗଦ ସାତ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି ମନୋରଞ୍ଜନ । ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
TAGGED:
ଖୋର୍ଦ୍ଧା ଜଟଣୀରେ ଲୁଟ