ଖୋର୍ଦ୍ଧା: ଶୀତର ଆଗମନରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଖାଦ୍ୟ ଅନ୍ବେଷଣରେ ଆସିଥାନ୍ତି ବିଦେଶୀ ପକ୍ଷୀ । କିନ୍ତୁ ଏହି ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କର ପଡିଛି ଲୋଲୁପ ଦୃଷ୍ଟି । ଚିଲିକାରେ ଭରି ରହିଥିବା ଖାଦ୍ୟରେ ବିଷ ଦେଇ ବିଦେଶୀ ପକ୍ଷୀଙ୍କୁ ଶିକାର କରି ବଜାରରେ ବେଶ ଚଢା ଦରରେ ବିକ୍ରି କରି ମୋଟା ଅଙ୍କର ମୁନାଫା କମାଉଛନ୍ତି ଶିକାରୀ ।
7 ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ - ଟାଙ୍ଗି ବନ୍ୟପ୍ରାଣୀ ବିଭାଗ
ଚିଲିକାରେ ଚାଲିଛି ବିଦେଶୀ ପକ୍ଷୀ ଶିକାର । ଆଜି ମଙ୍ଗଳାଯୋଡି ନିକଟରୁ ୭ଟି ବିଦେଶୀ ମୃତ ପକ୍ଷୀଙ୍କୁ ଜବତ କରି ଦୁଇ ଶିକାରୀଙ୍କୁ ଗିରଫ କରିଛି ଟାଙ୍ଗି ବନ୍ୟପ୍ରାଣୀ ବିଭାଗ । ଅଧିକ ପଢନ୍ତୁ
![7 ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ 7 ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ](https://etvbharatimages.akamaized.net/etvbharat/prod-images/768-512-13905022-thumbnail-3x2-khurdha.jpg)
7 ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ
7 ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ
ସେପଟେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷୀ ଶିକାରୀଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି । ତେବେ ଆଜି ମଙ୍ଗଳାଯୋଡି ନିକଟରୁ ୭ଟି ବିଦେଶୀ ମୃତ ପକ୍ଷୀଙ୍କୁ ଜବତ କରି ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ଗୋଟିଏ ଦେଶୀ ଡଙ୍ଗା ଜବତ କରିଥିବା ସୂଚନା ଦେଇଛି ପୋଲିସ । ଗିରଫ ଶିକାରୀ ଦୁଇଜଣ ସ୍ଥାନୀୟ ଅଞ୍ଚଳର ବାହୁଡା ବେହେରା ଓ ଭାଗବତ ବେହେରା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ