ଓଡିଶା

odisha

ETV Bharat / state

ନନ୍ଦନକାନନ ପାଳୁଛି 63ତମ ପ୍ରତିଷ୍ଠା ଦିବସ, ନୂଆବର୍ଷରେ ନନ୍ଦନକାନନର ହେବ ନବକଳେବର

63ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ । ଏହି ଅବସରରେ ନୂଆବର୍ଷରେ ନନ୍ଦନକାନନର ନବକଳେବର ହେବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ଅଧିକ ପଢନ୍ତୁ

63rd foundation day
63rd foundation day

By

Published : Dec 29, 2022, 8:56 PM IST

63rd foundation day

ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନର ହେବ ନବକଳେବର। ବଦଳିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରୂପରେଖ । ନିର୍ମଳ ଜଳରାଶି ଉପରେ ରୋପୱେର ମଜା ନେବେ ପର୍ଯ୍ୟଟକ। ନନ୍ଦନକାନନର 63ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ତେବେ ଆଜି ପ୍ରତିଷ୍ଠା ଦିବସ ଅବସରରେ ଶିଶୁ ଉଦ୍ୟାନ, ଜୀବଜନ୍ତୁଙ୍କ ସାବକଙ୍କ ତାଲିମ୍ କକ୍ଷ, ସ୍ବତନ୍ତ୍ର ଅସ୍ତ୍ରୋପଚାର କକ୍ଷର ମଧ୍ୟ ଉଦଘାଟନ ହୋଇଛି ।

ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରତାପ କୁମାର ଅମାତ କହିଛନ୍ତି ଯେ, ନନ୍ଦନକାନନର ନବକଳେବର କରାଯାଉଛି। ବିଶେଷ ଭାବରେ 15 ଶହ ଏକର ଜମି ସଂଯୋଗ ହେଉଛି । ନନ୍ଦନକାନନକୁ ଉନ୍ନତମାନର କରିବା ପାଇଁ ସରକାର ସବୁ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି । ଆଗାମୀ ଏକ ମାସ ଭିତରେ ନନ୍ଦନକାନନରେ ରୋପ ୱେ ସୁବିଧା ମିଳିବ । ଏହା ସହିତ ଜିରାଫ, ଗେଣ୍ଡା ସହିତ ଅନ୍ୟ ଯେଉଁ ଜୀବମାନେ ଉପଲବ୍ଧ ନାହାନ୍ତି ତାଙ୍କୁ ମଧ୍ୟ ଅଣାଯିବ ।

ଏପଟେ ନନ୍ଦନକାନନର ନିର୍ଦ୍ଦେଶକ କହିଛନ୍ତି ଯେ, ନୂଆ ବର୍ଷ ପାଇଁ ମୁଖ୍ୟତଃ ମାଷ୍ଟର ପ୍ଲାନ୍ କରାଯାଉଛି । ନୂଆ ଜୀବଜନ୍ତୁ ଆସିବେ । ରୋପ ୱେ ଜାନୁଆରୀରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ଜୀବଜନ୍ତୁଙ୍କ ଏକ୍ସଚେଞ୍ଜକୁ ଗୁରୁତ୍ଵ ଦିଆଯାଉଛି । କାଞ୍ଜିଆ ହ୍ରଦର ଚାରିପାଖରେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଉଛି । ଖୁବଶୀଘ୍ର ଏହା କରାଯିବ । ଅନ୍ୟ ଚିଡ଼ିଆଖାନାରେ ଟିକେଟ ମୂଲ୍ୟ ବଢୁଥିବା ବେଳେ ଚଳିତ ଥର ନନ୍ଦନକାନନର ଟିକେଟ ମୂଲ୍ୟ ବଢିବ ନାହିଁ । କେବଳ ଓଡିଶା ନୁହେଁ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି ଯେପରି ନିରାଶ ହୋଇ ଫେରିବେ ନାହିଁ ତାହା ଲକ୍ଷ୍ୟ ରଖାଯାଇଛି । ସେହିପରି ଜିରାଫ ଦୀର୍ଘ ଦିନ ହେଲା ଏକାକୀ ରହିଛି ତେଣୁ ଅଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ଅଣାଯିବା ନେଇ ଆରମ୍ଭ ହୋଇଛି ଆଲୋଚନା ।

ଏହା ମଧ୍ୟ ପଢନ୍ତୁ-ସୁୁଧୁରୁଛି ହୀରାବେନଙ୍କ ସ୍ବାସ୍ଥ୍ୟବସ୍ଥା, ହୋଇପାରନ୍ତି ଡିସଚାର୍ଜ

ଏହି ଅବସରରେ ସକାଳୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟିକେଟ ଘରଠାରୁ ଆରମ୍ଭ କରି ପରିସର ହୋଇ ଉଠିଥିଲା ଲୋକାରଣ୍ୟ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ୨୨୦ ଖୁଆଡ ମଧ୍ୟରେ ଥିବା ୧୬୧ ପ୍ରଜାତିର ୪୦୫୪ ଜୀବଜନ୍ତୁଙ୍କୁ ବୁଲି ଦେଖିଛନ୍ତି। ଏହାଛଡ଼ା ବାଘ ସଫାରି, ସିଂହ, ଭାଲୁ ଓ ତୃଣଭୋଜି ସଫାରି ମଧ୍ୟ ବୁଲି ଦେଖିବା ସହ ବ୍ୟାଟେରି ଚାଳିତ ରେଳ ଯାତ୍ରାର ମଜା ନେଇଛନ୍ତି । ନୂତନ ବର୍ଷରେ ଶିଶୁମାନଙ୍କ ପାଇଁ ଖେଳକୁଦ ପାଇଁ ଉଦ୍ୟାନ ଖୋଲିଥିବା ବେଳେ ପିଲାମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details