ଖୋର୍ଦ୍ଧା: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗି ଗ୍ରାମରେ ଅଘଟଣ । ଶୁକ୍ରବାର ରାତିରେ ବଜ୍ରାଘାତରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିବା ଜଣାପଡିଛି ।
ବଜ୍ରାଘାତରେ ଗର୍ଭବତୀଙ୍କ ସମେତ 6 ଆହତ - ବଜ୍ରାଘାତରେ ଗର୍ଭବତୀଙ୍କ ସମେତ 6 ଆହତ
କିଛି ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ପବନ ଲାଗି ରହୁଛି । ଏନେଇ ଶୁକ୍ରବାର ରାତିରେ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରାଘାତରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ....

ବଜ୍ରାଘାତରେ ଗର୍ଭବତୀଙ୍କ ସମେତ 6 ଆହତ
ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ବଜ୍ରପାତରେ ମୁସଲିମ ପରିବାରର 2 ବଖରା ଘର ମଧ୍ୟ ପୋଡି ଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଟିଭି ଭାରତ