ଓଡିଶା

odisha

ETV Bharat / state

ଜାନୁଆରୀରେ ଓଡିଆ ବିଶ୍ଵ ବିଦ୍ୟାଳୟର ଉଦଘାଟନ, ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କଲେ 5ଟି ଅଧ୍ୟକ୍ଷ - ଜାନୁଆରୀରେ ଓଡିଆ ବିଶ୍ଵ ବିଦ୍ୟାଳୟର ଉଦଘାଟନ

Odia University: ଜୋରସୋରେ ଆଗେଇ ଚାଲିଛି ଓଡିଆ ବିଶ୍ଵ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ । ଅଗ୍ରଗତି ନେଇ ସମୀକ୍ଷା କଲେ 5ଟି ଅଧ୍ୟକ୍ଷ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 25, 2023, 8:32 AM IST

Updated : Dec 25, 2023, 12:45 PM IST

Odia University campus

ପୁରୀ: ଆସନ୍ତା ବର୍ଷ ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ଓଡିଆ ବିଶ୍ଵ ବିଦ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବେ । ଏହା ପୂର୍ବରୁ ଓଡିଆ ବିଶ୍ଵ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସତ୍ୟବାଦୀ ଠାରେ ନିର୍ମାଣ ଚାଲିଥିବା ଓଡିଆ ବିଶ୍ଵ ବିଦ୍ୟାଳୟର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ ପାଣ୍ଡିଆନ। ଆସନ୍ତା 2024 ଜାନୁଆରୀ 15 ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5ଟି ଅଧ୍ୟକ୍ଷ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପ୍ରଥମ ପର୍ଯ୍ୟାୟରେ 10 ଏକ ଜମିରେ ଏହି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ 200 ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ବ୍ୟବସ୍ଥା ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ହଷ୍ଟେଲ ରହିବ। ହଷ୍ଟେଲ ସହିତ ଲାଇବ୍ରେରୀ, କ୍ୟାଫେଟେରିଆ, ପ୍ରଶାସନିକ ଭବନ ରହିବ। 5 ଟି ଅଧ୍ୟକ୍ଷ ପ୍ରତ୍ୟେକ କାର୍ଯ୍ୟର ସମୀକ୍ଷା କରିଥିଲେ। ନିର୍ମାଣ ହେଉଥିବା ବିଶ୍ଵବିଦ୍ୟାଳୟର ଡିଜାଇନକୁ ପ୍ରସଂଶା କରିବା ସହ 15 ଜାନୁଆରୀ ସୁଦ୍ଧା ସବୁ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଆ ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାକୁ କିଭଳି ସଫଳ ଭାବେ ନିର୍ମାଣ କରାଯାଇପାରିବ ସେନେଇ ସବୁ ଉଦ୍ୟମ ଚାଲିଛି । ଓଡ଼ିଆ ଭାଷାକୁ ନେଇ ଏହି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଗବେଷଣା କରିବେ । ଉଚ୍ଚ ଶିକ୍ଷା ବିଭାଗର ସଚିବ, ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି, ପୁରୀ ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତି ଥିଲେ।

ଏହା ମଧ୍ୟ ପଢନ୍ତୁ- Odia University Admission: 28ରୁ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା

ଗତ ସେପ୍ଟେମ୍ବର ମାସରେ ଓଡିଆ ବିଶ୍ଵ ବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଭାଷାରେ ଅଧିକ ଗବେଷଣା ଓ ଭାଷା, ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ପରାମର୍ଶ ଦେଇଥିଲେ । ସେହି ସମୟରେ ଡିସେମ୍ବର ମାସ ସୁଦ୍ଧା ଓଡ଼ିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ,ପୁରୀ

Last Updated : Dec 25, 2023, 12:45 PM IST

ABOUT THE AUTHOR

...view details