ଓଡିଶା

odisha

ETV Bharat / state

5G Internet Service: ରାଜ୍ୟର ୧୩ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି - ଓଡ଼ିଶାରେ ୫ଜି ସେବା

ରାଜ୍ୟର ୧୩ଟି ସହରରେ ଆରମ୍ଭ ହେଲା ୫ଜି ସେବା । ଦେଶର ମୋଟ ୨୩୬ ସହରରେ ଏହି ସେବା ପହଞ୍ଚିଥିବା ବେଳେ ରାଜ୍ୟର କିଛି ପ୍ରମୁଖ ସହର ମଧ୍ୟ ସାମିଲ ହୋଇଛି । ଜାଣନ୍ତୁ କେଉଁ ସହରବାସୀ ପାଇବେ ଲାଭ । ଅଧିକ ପଢନ୍ତୁ

5G Internet Service
5G Internet Service

By

Published : Feb 7, 2023, 10:04 PM IST

ଭୁବନେଶ୍ବର:ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ୧୦ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି । ଏହା ସହ ସାରା ଦେଶର ୨୩୬ ସହରରେ ପହଞ୍ଚିଛି ଟ୍ରୁ-୫ଜି ସେବା । ଏହା କ୍ରମରେ ଆମ ରାଜ୍ୟ ଓଡ଼ିଶାରେ ୧୩ଟି ସହରରେ ପହଁଚିଛି ଟ୍ରୁ-୫ଜି ସେବା । ଏହି ସ୍ପିଡ ଇଣ୍ଟରନେଟ ସେବାକୁ ସହରବାସୀ ଉପଯୋଗ କରିବା ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି । ତେବେ ରାଜ୍ୟର ଆରମ୍ଭ ହୋଇଥିବା ୫ଜି ସେବା ଯୋଗାଇବାରେ ଜିଓ କମ୍ପାନୀ ପ୍ରଥମ ହୋଇପାରିଛି ।

ଏହା ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲକୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି। ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ତେବେ ଏଥିରେ ଆଜି ସାମିଲ ହୋଇଛି ତାଳଚେର (ଓଡ଼ିଶା), ହିନ୍ଦୁପୁର, ମଦନପଲ୍ଲୀ, ପ୍ରୋଡାତୁର (ଆନ୍ଧ୍ରପ୍ରଦେଶ), ରାୟଗଡ଼ (ଛତିଶଗଡ଼), ପଟିଆଲା (ପଞ୍ଜାବ), ଅଲୱର (ରାଜସ୍ଥାନ), ମଂଚେରିଆଲ (ତେଲେଙ୍ଗାନା), ଗୋରଖପୁର (ଉତ୍ତରପ୍ରଦେଶ) ଓ ରୁର୍‌କି (ଉତ୍ତରାଖଣ୍ଡ) ।

ଏହା ବି ପଢନ୍ତୁ- DMD ରୋଗୀଙ୍କ ଧାରଣା, କହିଲେ ସରକାର ଆମକୁ ବଞ୍ଚିବାର ଅଧିକାର ଦିଅ

ଏଥି ସହିତ ଦେଶରେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଥିବା ମୋଟ ସହର ସଂଖ୍ୟା ୨୩୬ରେ ପହଞ୍ଚିଛି । ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି । ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ। ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା ରହିବ ।

୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ। କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ବେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି । ଏହି ସେବା ଦ୍ବାରା ଅନେକ ଲୋକ ଲାଭବାନ ହେବା ସହ ସ୍ପିଡ ଇଣ୍ଟରନେଟର ସୁବିଧା ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details