ଖୋର୍ଦ୍ଧା: ସୀମା ସୁରକ୍ଷା ବଳ ପାଇଁ ଏବେ ମାଲକାନଗିରି ଓ କୋରାପୁଟରେ ମାଓଗଡ଼ ପୂରା ଧ୍ଵସଂ ହୋଇଗଲାଣି । ଗତ ତିନି ବର୍ଷରେ ଗୋଟିଏ ବି ମାଓ ଆକ୍ରମଣ ହୋଇନାହିଁ । ଏକଦା ବିଛିନ୍ନ ଅଞ୍ଚଳ ଭାବେ ଜଣାଯାଉଥିବା ଅଞ୍ଚଳ ବିଏସଏଫ ପାଇଁ ସ୍ୱାଭିମାନ ଅଞ୍ଚଳ ପାଲଟିଛି । ଆମ ସାହସୀ ଯବାନମାନେ ମାଓବାଦୀଙ୍କ ଅଣ୍ଟା ଭାଙ୍ଗି ଦେଇଛନ୍ତି । ଏବେ ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱସ ନେଉଛି । ଆଜି ସୀମା ସୁରକ୍ଷା ବଳର ଖୋର୍ଦ୍ଧା କ୍ୟାମ୍ପଠାରେ ଆୟୋଜିତ ବଡା ଖାନା କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ବିଏସଏଫ ଆଇଜି ଧନେଶ୍ୱର କୁମାର ଶର୍ମା ।
ବିଏସଏଫ ଆଇଜି କହିଛନ୍ତି," 2009 ଏପ୍ରିଲରୁ ଓଡ଼ିଶାରେ ବିଏସଏଫ ମାଓ ସଂଗଠନର ଦମନରେ ଲାଗିଛି । କୋରାପୁଟର ଗୋଟିଏ ବାଟାଲିୟନ ଜାନୁଆରୀରୁ ହଟାଯାଇ କନ୍ଧମାଳକୁ ପଠାଯାଇଛି । ସେବେଠୁ ସେଠାରେ ମାଓ ଗତିବିଧି ପୂରା ଶୂନ ହୋଇଛି । ସେହିପରି ଫୁଲବାଣୀରେ ନୂଆ ହେଡ କ୍ୱାର୍ଟର୍ସ ପ୍ରତିଷ୍ଠା ହୋଇଛି । ଛତିଶଗଡ଼ ସୀମାବର୍ତ୍ତୀରେ ଅଳ୍ପ କିଛିଟା ମାଓ ଗତିବିଧି ରହୁଥିବା କହିଛନ୍ତି । ସେହିପରି ଯେଉଁମାନେ ମାଓ ସଂଗଠନରେ ଅଛନ୍ତି , ସେମାନେ ହିଂସା ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ସେ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ।"
ଏହା ମଧ୍ୟ ପଢନ୍ତୁ....ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର 4 ଓଡ଼ିଆ ଶ୍ରମିକ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ