ଓଡିଶା

odisha

ETV Bharat / state

ଅମୃତ ଭାରତ ଯୋଜନା; ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଷ୍ଟେସନର ନବୀକରଣ, ୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି - ରାଜ୍ୟର ୫୭ ଷ୍ଟେସନର ହେବ ପୁନଃ ବିକାଶ

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶା ଏବଂ ପୂର୍ବତଟ ରେଳପଥରେ ୫୭ ଷ୍ଟେସନର ପୁନଃ ବିକାଶ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୫ ଷ୍ଟେସନର ହେବ ପୁନଃ ବିକାଶ । ଏହାକୁ ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଧିକ ପଢ଼ନ୍ତୁ

amrit bharat scheme
ଅମୃତ ଭାରତ ଯୋଜନା

By

Published : Aug 4, 2023, 9:24 PM IST

ଅମୃତ ଭାରତ ଯୋଜନା

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ସମଗ୍ର ଦେଶରେ ୫୦୮ଟି ରେଳ ଷ୍ଟେସନର ପୁନଃର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ । ୨୪ ହଜାର ୪୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ପୁନଃ ର୍ନିମାଣ କରାଯିବ। ଏନେଇ "ସିଟି ସେଣ୍ଟର” ଭାବରେ ଷ୍ଟେସନ ଗୁଡ଼ିକର ବିକାଶ ପାଇଁ ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ ହେଉଛି ।

ସହରର ସାମଗ୍ରିକ ବିକାଶ ଦୃଷ୍ଟିକୋଣ ଅନୁସାରେ ରେଳ ଷ୍ଟେସନର ପୁନଃ ର୍ନିମାଣ କରାଯାଉଛି । ଷ୍ଟେସନରେ ସ୍ଥାନୀୟ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ କୃତି ରହିବ । ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ଦୃଷ୍ଟିକୋଣ ଅନୁଯାୟୀ ସାରା ଦେଶରେ ୧୩୦୯ ଟି ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୫୦୮ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ସେଥିମଧ୍ୟରୁ ଓଡ଼ିଶା ତଥା ପୂର୍ବତଟ ରେଳପଥରେ ରହିଛି ୫୭ଟି ଷ୍ଟେସନ । ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ତଥା ପୂର୍ବତଟ ରେଳ କଥାରେ ୨୫ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯିବ । ପୂର୍ବତଟ ରେଳ ପଥରେ ୫୪୭.୭ କୋଟି ଟଙ୍କା ଏବଂ ଓଡ଼ିଶାରେ ଏହାର ଖର୍ଚ୍ଚ ହେବ ୫୩୧.୮ କୋଟି ଟଙ୍କା ଅର୍ଥରାଶି ଖର୍ଚ୍ଚ ହେବ ।

ଏହା ମଧ୍ୟ ପଢ଼ନ୍ତୁ:Amrit Bharat Scheme: ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ହେବ ନବୀକରଣ


କେଉଁ ଷ୍ଟେସନରେ କେତେ ଖର୍ଚ୍ଚ ହେବ

ସାକ୍ଷୀଗୋପାଳ ଷ୍ଟେସନ ପାଇଁ ଖର୍ଚ୍ଚ ହେବ ୩୪.୫ କୋଟି ଟଙ୍କା , ମଞ୍ଚେଶ୍ୱର ଷ୍ଟେସନ ଖର୍ଚ୍ଚ ହେବ ୨୬.୯ କୋଟି ଟଙ୍କା, ଢ଼େଙ୍କାନାଳ ଷ୍ଟେସନ ଖର୍ଚ୍ଚ ହେବ ୨୬.୧ କୋଟି ଟଙ୍କା, ଛତ୍ରପୁର ଷ୍ଟେସନରେ ଖର୍ଚ୍ଚ ହେବ ୨୫.୬ କୋଟି ଟଙ୍କା, ଅନୁଗୁଳ ଷ୍ଟେସନ ଖର୍ଚ୍ଚ ହେବ ୩୫.୪ କୋଟି ଟଙ୍କା, ମେରାମଣ୍ଡଳୀ ଷ୍ଟେସନ ରେ ଖର୍ଚ୍ଚ ହେବ ୨୨ କୋଟି ଟଙ୍କା, ବାଲୁଗାଁ ଷ୍ଟେସନରେ ଖର୍ଚ୍ଚ ହେବ ୨୧.୪ କୋଟି ଟଙ୍କା, ଲିଙ୍ଗରାଜ ତେମ୍ପୂଳ ରୋଡ଼ ଷ୍ଟେସନରେ ଖର୍ଚ୍ଚ ହେବ ୧୯.୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ତାଳଚେର ରୋଡ଼ ଷ୍ଟେସନରେ ଖର୍ଚ୍ଚ ହେବ ୧୮.୯ କୋଟି ଟଙ୍କା, ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଖର୍ଚ୍ଚ ହେବ ୧୮ କୋଟି ଟଙ୍କା, କଣ୍ଟାବାଞ୍ଜି ଷ୍ଟେସନରେ ଖର୍ଚ୍ଚ ହେବ ୨୬.୩ କୋଟି ଟଙ୍କା, ବରଗଡ଼ ରୋଡ଼ ଷ୍ଟେସନରେ ଖର୍ଚ୍ଚ ହେବ ୨୧.୯ କୋଟି ଟଙ୍କା, ହୀରାକୁଦ ଷ୍ଟେସନରେ ଖର୍ଚ୍ଚ ହେବ ୨୦.୮ କୋଟି ଟଙ୍କା, ରାଇରାଖୋଲ ଷ୍ଟେସନ ରେ ଖର୍ଚ୍ଚ ହେବ ୨୦.୮ କୋଟି ଟଙ୍କା, ବରପାଲି ଷ୍ଟେସନରେ ଖର୍ଚ୍ଚ ହେବ ୧୯.୯ କୋଟି ଟଙ୍କା, ମୁନିଗୁଡ଼ା ଷ୍ଟେସନରେ ଖର୍ଚ୍ଚ ହେବ ୨୯ କୋଟି ଟଙ୍କା । ବଲାଙ୍ଗୀର ଷ୍ଟେସନରେ ଖର୍ଚ୍ଚ ହେବ ୨୮.୪ କୋଟି ଟଙ୍କା, ହରିସଙ୍କର ରୋଡ଼ ଷ୍ଟେସନରେ ଖର୍ଚ୍ଚ ହେବ ୧୬.୬ କୋଟି ଟଙ୍କା, ବରବାଲି ଷ୍ଟେସନରେ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା, ଭବାନୀପାଟଣା ଷ୍ଟେସନରେ ଖର୍ଚ୍ଚ ହେବ ୧୫.୯ କୋଟି ଟଙ୍କା, ଖରିଆର ରୋଡ଼ ଷ୍ଟେସନରେ ଖର୍ଚ୍ଚ ହେବ ୧୩.୭ କୋଟି ଟଙ୍କା, ଦାମନଯୋଡି ଷ୍ଟେସନରେ ଖର୍ଚ୍ଚ ହେବ ୧୩.୯ କୋଟି ଟଙ୍କା । ରାଜଗାଙ୍ଗପୁର ଷ୍ଟେସନରେ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା, ବାରିପଦା ଷ୍ଟେସନରେ ଖର୍ଚ୍ଚ ହେବ ୧୭ କୋଟି ଟଙ୍କା ଏବଂ ଜଳେଶ୍ଵର ଷ୍ଟେସନରେ ଖର୍ଚ୍ଚ ହେବ ୨୩ କୋଟି ଟଙ୍କା । ତେବେ ମୋଟ ଆକାରରେ ୫୩୧.୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଭାବରେ ପୂର୍ବତଟ ରେଳପଥରେ ଆନ୍ଧ୍ରପ୍ରଦେଶ ଖର୍ଚ୍ଚ କରିବ ପଲାସା ଷ୍ଟେସନରେ ଖର୍ଚ୍ଚ କରିବ ୨୩.୯ କୋଟି, ବିଜୟନଗରମ ଷ୍ଟେସନରେ ଖର୍ଚ୍ଚ କରିବ ୩୫.୮ କୋଟି ଏବଂ ଡୁଭାଡ଼ା ଷ୍ଟେସନରେ ଖର୍ଚ୍ଚ ହେବ ୨୬.୩ କୋଟି ଟଙ୍କା । ମୋଟ ଆକାରରେ ୮୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଭାବରେ ଛତିଶଗଡ଼ରେ ମହାସମୁଣ୍ଡ ଷ୍ଟେସନରେ ୧୫.୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଉଛି ।

ଦେଶରେ କେଉଁ ରାଜ୍ୟରେ କେତେଟା ଷ୍ଟେସନର ହେବ ପୁନଃ ର୍ନିମାଣ

ଦେଶରେ ପ୍ରଥମ ପାର୍ଯ୍ୟୟାରେ ୨୭ଟି ରାଜ୍ୟରେ ୫୦୮ ଷ୍ଟେସନ ପୁନଃ ର୍ନିମାଣ କରାଯାଉଛି । ସେଥିମଧ୍ୟରେ ରହିଛି ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ ଟି, ବିହାରରେ ୪୯ ଟି, ମହାରାଷ୍ଟ୍ରରେ ୪୪ ଟି, ପଶ୍ଚିମବଙ୍ଗରେ ୩୭ ଟି, ମଧ୍ୟପ୍ରଦେଶରେ ୩୪ଟି, ଆସାମରେ ୩୨ ଟି, ଓଡ଼ିଶାରେ ୨୫ ଟି, ପଞ୍ଜାବରେ ୨୨ ଟି, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧ ଟି, ଝାଡ଼ଖଣ୍ଡରେ ୨୦ଟି, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି ଷ୍ଟେସନର ପୁନଃ ର୍ନିମାଣ କରାଯିବା ସହ ହରିୟାଣାରେ ୧୫ ଏବଂ କର୍ଣ୍ଣାଟକରେ ୧୩ ଟି ଷ୍ଟେସନକୁ ପୁନଃ ର୍ନିମାଣ କରାଯିବ।


‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ କରାଯିବ। ସହରର ଉଭୟ ପାର୍ଶ୍ୱକୁ ଏକୀକରଣ କରାଯିବ । ଷ୍ଟେସନର ବିଲ୍ଡିଂ ଉନ୍ନତି ଏବଂ ପୁନଃ ବିକାଶ କରାଯିବ । ସୁସଜ୍ଜିତ ଆଧୁନିକ ଯାତ୍ରୀ ସୁବିଧା ଗୁଡ଼ିକର ବ୍ୟବସ୍ଥା କରାଯିବ । ଭଲ ଭାବରେ ପରିକଳ୍ପିତ ଟ୍ରାଫିକ୍ ସଞ୍ଚାରଣ ଏବଂ ଇଣ୍ଟର-ମୋଡାଲ୍ ଏକୀକରଣ କରାଯିବ। ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ୟୁନିଫର୍ମ ଏବଂ ଭଲ ଡିଜାଇନ୍ ସାଇନେଜ୍ କରାଯିବ । ମାଷ୍ଟର ପ୍ଲାନରେ ଉପଯୁକ୍ତ ସମ୍ପତ୍ତି ବିକାଶର ବ୍ୟବସ୍ଥା କରାଯିବ । ଏହାସହ ଲ୍ୟାଣ୍ଡସ୍କେପ୍, ସ୍ଥାନୀୟ କଳା ଏବଂ ସଂସ୍କୃତି ମଧ୍ୟ ସ୍ଥାନ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details