ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ 'ଅମୃତ ଭାରତ ଷ୍ଟେସନ ଯୋଜନା' ଜରିଆରେ ଭାରତୀୟ ରେଳ ସାରା ଦେଶର ୧୩୦୯ଟି ଷ୍ଟେସନର ବିକାଶ ଓ ନବୀକରଣ କାର୍ଯ୍ୟ ହାତକୁ ନେଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ନବୀକରଣ କରାଯିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ଷ୍ଟେସନର ବିକାଶ କରାଯିବ । ଏଥିପାଇଁ ୫୪୭.୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।
ରେଳ ବିଭାଗ ପକ୍ଷରୁ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଲକ୍ଷ୍ୟ ରଖାଯାଇ ଅମୃତ ଭାରତ ଷ୍ଟେସନ ଯୋଜନାରେ ବିଭିନ୍ନ ଷ୍ଟେସନ ଗୁଡିକର ନବୀକରଣ କାର୍ଯ୍ୟ କରାଯିବା ସହ ଉକ୍ତ ଷ୍ଟେସନ ଗୁଡିକରେ ପୌରାଣିକ ଓ ସାଂସ୍କୃତିକ ଛାପ ଦିଆଯିବ । ଯାତ୍ରୀମାନଙ୍କର ସୁବିଧା ଲାଗି ଷ୍ଟେସନ ପରିସରରେ ମଲ୍ଡି ମୋଡାଲ ହବ୍, ଉନ୍ନତମାନର ୱେଟିଂ ହଲ୍, ସ୍ମାର୍ଟ କିଓସ୍କ, ଏସ୍କାଲେଟର, ମାଗଣା ୱାଇଫାଇ, ସ୍ମାର୍ଟ ପାର୍କିଂ ଭଳି ସୁବିଧା ରହିବ । ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୦ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସେଥିମଧ୍ୟରୁ ପୂର୍ବତଟ ରେଳପଥର ୨୫ ଷ୍ଟେସନକୁ ସାମିଲ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: Bahanaga Train Tragedy: କାଲି ପୁରିବ ଦୁଇ ମାସ, ଏମ୍ସରେ ଚିହ୍ନଟ ହୋଇନି ୨୯ ମୃତଦେହ