ଓଡିଶା

odisha

ETV Bharat / state

Vacancy In Odisha Health Dept: ସ୍ୱାସ୍ଥ୍ୟସେବାରେ 5000 ପଦବୀ ଖାଲି, ଇଚ୍ଛୁକ କରନ୍ତୁ ଆବେଦନ - ମେଡିକାଲ ପୋଷ୍ଟ ପଦବୀ ଖାଲି

ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ (OMHS) କ୍ୟାଡରର ଗ୍ରୁପ୍-ଏ ଜୁନିଅର ଶାଖା 5000 ପଦବୀରେ ନିଯୁକ୍ତି ନେଇ ବଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

vacancy in medial service
vacancy in odisha medial and health service

By

Published : Jul 20, 2023, 12:05 PM IST

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାରେ ଆସିବ ଉନ୍ନତି । ସ୍ବାସ୍ଥ୍ୟ ସେବାକୁ ସହଜ କରିବାକୁ ଖାଲି ଥିବା 5000 ପଦବୀ ପୂରଣ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ସେବା ପାଇଁ 5000 ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ (OMHS) କ୍ୟାଡରର ଗ୍ରୁପ୍-ଏ ଜୁନିଅର ଶାଖା 5000 ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ଚିଠି ଜରିଆରେ ଜଣାଇଛନ୍ତି ।

vacancy in medical service

ରାଜ୍ୟରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବିଭିନ୍ନ ହସ୍ପିଟାଲରେ ନିଯୁକ୍ତି ସୁଯୋଗ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ପାଇଁ 5000 ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି । ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ (OMHS) କ୍ୟାଡରର ଗ୍ରୁପ୍-ଏ ଜୁନିଅର ଶାଖା LTRMO ପଦବୀରେ 5000 ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । 30ଟି ଜିଲ୍ଲାରେ 30ଟି ଡିଡିଏଚ ହସ୍ପିଟାଲରେ ପଦବୀ ସୃଷ୍ଟି କରାଯାଇଛି । ସେହି ହସ୍ପିଟାଲ ଗୁଡ଼ିକ ହେଉଛି ଅନୁଗୋଳ, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ କେନ୍ଦ୍ରାପଡ଼ା କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ସମ୍ୱଲପୁର ଓ ସୋନପୁର ।

ଉପରୋକ୍ତ ସମସ୍ତ ଡିଡିଏଚ 15ଟି ପଦବୀ ରହିଥିବା ବେଳେ, ବାଲେଶ୍ଵର, ବରଗଡ଼, କଟକ କଳାହାଣ୍ଡି ଓ ପୁରୀ ଡିଡିଏଚରେ 20ଟି ପଦବୀ, ସୁନ୍ଦରଗଡ ଡିଡିଏଚରେ 45, ମୟୂରଭଞ୍ଜରେ 64, ଗଞ୍ଜାମରେ 65 ପଦବୀ ଓ କ୍ୟାପିଟାଲ ହସ୍ପିଟାଲରେ 35 ପଦବୀ ସହିତ ରାଉରକେଲା ଆରଜିଏଚରେ 45 ପଦବୀ ସୃଷ୍ଟି କରାଯାଇଛି । ମୋଟ ଆକାରରେ 689ଟି ପଦବୀ ସୃଷ୍ଟି କରାଯାଇଛି ।

ଏହା ବି ପଢନ୍ତୁ...Odisha Assembly: ସ୍ୱାସ୍ଥ୍ୟ ସେବାକୁ ନେଇ ବିରୋଧୀଙ୍କ ଉଦବେଗ, ରାଜ୍ୟରେ 40 ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି

ଅନ୍ୟପଟେ ସବ ଡିଭିଜନାଲ ହସ୍ପିଟାଲରେ 480 ପଦବୀ ସୃଷ୍ଟି କରାଯାଇଛି । LTRMOରେ 375ଟି CHCରେ 3750ଟି ପଦବୀ ସୃଷ୍ଟି କରାଯାଇଛି । ଏହା ସହ UCHCପଟିଆ, ଡୁମଡୁମା, ମୁନିସିପଲଟି ହସ୍ପିଟାଲ, ୟୁନିଟ 4 ହସ୍ପିଟାଲ ଏବଂ ସୁନ୍ଦରଗଡର ପାନପୋଷ UCHCରେ 65ଟି ପଦବୀ ରହିଥିବା ବେଳେ UCHC ସିଡିଏ ଏବଂ ଚାଉଳିଆଗଞ୍ଜ UCHCରେ 16 ଟି ପଦବୀ ସୃଷ୍ଟି କରାଯାଇଛି । ମୋଟ ଆକାରରେ 5000ପଦବୀ ସୃଷ୍ଟି କରାଯାଇଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ଉନ୍ନତି ଆସିବା ନେଇ ଲକ୍ଷ୍ୟ ରଖାଯାଇଛି । ଇଚ୍ଛୁକ ଆବେଦନ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details