ଓଡିଶା

odisha

ETV Bharat / state

ଲକଡାଉନରେ ଡକାୟତି ଉଦ୍ୟମ ପଣ୍ଡ: 5 ଗିରଫ, ମାରଣାସ୍ତ୍ର ଜବତ

ଲକଡାଉନ ସମୟରେ ମାତିଛନ୍ତି ଡକାୟତ, ସେପଟେ ଡକାୟତଙ୍କ ଉପରେ ପୋଲସର କଡା ନଜର । ଖୋର୍ଦ୍ଧା ଆଦର୍ଶ ଥାନା ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି । ଅଧିକ ପଢନ୍ତୁ...

5-robbers-arrested-by-khurda-police
ଡକାୟତି ଉଦ୍ୟମ ପଣ୍ଡ : 5 ଡକାୟତ ଗିରଫ, ମାରଣାସ୍ତ୍ର ଜବତ

By

Published : Jun 6, 2021, 5:59 PM IST

ଖୋର୍ଦ୍ଧା: ଲକଡାଉନ ସମୟରେ ମାତିଛନ୍ତି ଡକାୟତ, ସେପଟେ ଡକାୟତଙ୍କ ଉପରେ ପୋଲସର କଡା ନଜର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ ।

ଡକାୟତି ଉଦ୍ୟମ ପଣ୍ଡ : 5 ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଚଢ଼ାଉ ସମୟରେ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି, ଶାବଳ, ଲୁହା ରଡ଼ ଏବଂ ନଗଦ 4 ହଜାର ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁଜଙ୍ଗ ଅଞ୍ଚଳର ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ଜଟଣୀ ଅଞ୍ଚଳର ଏସକେ ଜମୁରୁଦ୍ଦିନ ଓ ଫିରୋଜ ଖାନ ବୋଲି ପୋଲିସ ସୂଚନା ଦେଇଛି ।

ସେହିପରି ସୌମ୍ୟ ଏବଂ ବଳଭଦ୍ରଙ୍କ ନାଁରେ ପୂର୍ବରୁ ବହୁ ମାମଲା ବିଭିନ୍ନ ଥାନାରେ ଥିବା ଆଦର୍ଶ ଥାନା ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details