ଖୋର୍ଦ୍ଧା: ଭଙ୍ଗାଗଲା ଖୋର୍ଦ୍ଧା ମୂଳିଝରଗଡ଼ର ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଉଗ୍ରତାରାଙ୍କ ହୁଣ୍ଡି । ତେବେ ସେଥିରୁ ୫ ଲକ୍ଷ ୩୨ ହଜାର ୯୧୦ ଟଙ୍କା ମିଳିଥିବା ସୂଚନା ରହିଛି । ଦାନ ହୁଣ୍ଡି ଟଙ୍କା ଗଣତି ସମୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଟାଙ୍ଗୀ ତହସିଲଦାର, ଟାଙ୍ଗୀ ବିଡିଓ, ଟାଙ୍ଗୀ ତହସିଲ କର୍ମଚାରୀ ଏବଂ ମନ୍ଦିର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଭଙ୍ଗାଗଲା ମା’ ଉଗ୍ରତାରାଙ୍କ ହୁଣ୍ଡି, ମିଳିଲା 5 ଲକ୍ଷ 32 ହଜାର 910 ଟଙ୍କା - ମିଳିଲା 5 ଲକ୍ଷ 32 ହଜାର 910 ଟଙ୍କା
ଭଙ୍ଗାଗଲା ଖୋର୍ଦ୍ଧା ମୂଳିଝରଗଡ଼ର ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଉଗ୍ରତାରାଙ୍କ ହୁଣ୍ଡି । ତେବେ ସେଥିରୁ ୫ ଲକ୍ଷ ୩୨ ହଜାର ୯୧୦ ଟଙ୍କା ମିଳିଥିବା ସୂଚନା ରହିଛି । ଅଧିକ ପଢନ୍ତୁ...
ଭଙ୍ଗାଗଲା ମା’ ଉଗ୍ରତାରାଙ୍କ ହୁଣ୍ଡି, ମିଳିଲା 5 ଲକ୍ଷ 32 ହଜାର 910 ଟଙ୍କା
ବର୍ଷରେ ଦୁଇ ଥର ଏହି ହୁଣ୍ଡି ଅର୍ଥ ଗଣତି କରାଯାଇଥାଏ । କିନ୍ତୁ ଏଥର ମହାମାରୀ କୋରୋନା ପାଇଁ ବିଳମ୍ବିତ ହୋଇଥିବା ପ୍ରଶାସନ ସୂଚନା ଦେଇଛି । ତେବେ କୋରୋନା ସମୟରେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ମନ୍ଦିର କମିଟିକୁ ଉତ୍ସାହିତ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ