ଖୋର୍ଦ୍ଧା: ବେଗୁନିଆ ବ୍ଲକ ଦଲକ ଗ୍ରାମରେ ହାତୀ ଉପଦ୍ରବ । ପାଞ୍ଚଟିକିଆ ହାତୀପୋଲ ବ୍ୟାପକ ପରିମାଣରେ ଚାଷ ଓ ପନିପରିବା କ୍ଷୟ କ୍ଷତି କରିବା ସହ ଗ୍ରାମ ମୁହାଁ ହେଉଛନ୍ତ ହାତୀ । ହାତୀ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଗତ ୩ ଦିନ ହେବ ୫ଟି ବଣୁଆ ହାତୀ ପଶି ଲୋକମାନଙ୍କର କ୍ଷୟକ୍ଷତି କରିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡ଼ାଉଛନ୍ତି। ଫଳରେ ଲୋକମାନେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ଗତ ୩ଦିନ ତଳେ ସମ୍ପୃକ୍ତ ପଞ୍ଚାୟତର ଜାମୁସାହି ନିକଟସ୍ଥ ଖୋର୍ଦ୍ଧା ବ୍ଲକ ଅଧିନସ୍ଥ ଗୟାବନ୍ଧ ଗ୍ରାମରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏବେ ସମ୍ପୃକ୍ତ ଗ୍ରାମରେ ଥିବା ହାତୀଗୁଡିକ ଲୋକମାନଙ୍କୁ ଦେଖିଲେ ମାରିବା ପାଇଁ ଗୋଡାଉଥିବାବେଳେ ଗ୍ରାମରେ ଚାଷୀମାନେ କରିଥିବା ପନିପରିବା କ୍ଷେତ ଗୁଡିକରେ ପଶି ସେଗୁଡିକ ଖାଇ ଯାଉଥିବାବେଳେ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଧାନବିଲରେ ପଶି ଧାନଗଛ ଗୁଡିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଏପରିକି ବିଲ ହୁଡ଼ା ଗୁଡିକ ମଧ୍ୟ ଭାଙ୍ଗି ଦେଉଛନ୍ତି । ଦୁଃଶାସନ ବେହେରା, ପବିତ୍ର ବଳିୟାରସିଂ ଏବଂ ବିଷ୍ଣୁଚରଣ ବେହେରାଙ୍କର ବହୁ କ୍ଷୟକ୍ଷତି କରିଛନ୍ତି ।