ଓଡିଶା

odisha

ETV Bharat / state

ଡକାୟତି ଉଦ୍ୟମ ବେଳେ 5ଜଣଙ୍କୁ ବାନ୍ଧିଲା ପୋଲିସ - ମାରଣାସ୍ତ୍ର ଜବତ

ଖୋର୍ଦ୍ଧାର ଆଦର୍ଶ ଥାନା ପୋଲିସ ଗୁରୁଜଙ୍ଗ ମହୋତ୍ସବ ପଡିଆରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 4, 2019, 6:14 AM IST


ଖୋର୍ଦ୍ଧା: ଖୋର୍ଦ୍ଧାରେ ଏସ୍‌ଟିଏଫ ରେଡ୍ ପରେ ଆକ୍ସନ ମୋଡରେ ଜିଲ୍ଲା ପୋଲିସ । ସାଧାରଣ ଜନତାଙ୍କ ଉପରେ ଆସ୍ଥା ଜୁଟାଇବା ପାଇଁ ଖୋର୍ଦ୍ଧାକୁ ଅପରାଧୀ ମୁକ୍ତ କରିବାକୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଶନିବାର ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲାର ଆଦର୍ଶ ଥାନା ପୋଲିସ ଗୁରୁଜଙ୍ଗ ମହୋତ୍ସବ ପଡିଆରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅପରାଧୀ ହେଲେ ଖୋର୍ଦ୍ଧା କେରଙ୍ଗ ଗ୍ରାମର ଏସକେ ଜାଫର ରାହମାନ, ଏସକେ ଅମନ, ନନ୍ଦପୁର ଗ୍ରାମର ସୁନୀଲ ମାନସିଂ, ଭଳିଆବାଡିର ଗଗନ ନାୟକ ଓ ଜଟଣୀର ଆସିକ୍‌ ଖାନ ।

ଅଭିଯୁକ୍ତଙ୍କଠାରୁ ଡକାୟତି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details