ଓଡିଶା

odisha

ETV Bharat / state

୨୦୨୩ ସୁଦ୍ଧା ୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ମିଳିବ ୫ଟି ମୌଳିକ ସୁବିଧା: ଜି ମାଥିଭାଥାନନ - ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ

୨୦୨୩ ଡିସେମ୍ବର ସୁଦ୍ଧା ୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ମିଳିବ ୫ ମୌଳିକ ସୁବିଧା । ପାର୍କ, ଜିମ, ପିଚୁ ରାସ୍ତା, ଉନ୍ମୁକ୍ତ ସ୍ଥାନ ଓ ଡ୍ରେନେଜ ଆଦି ୫ଟି ମୌଳିକ ସୁବିଧା ସୁନିଶ୍ଚିତ କରାଯିବ । ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ । ଅଧିକ ପଢ଼ନ୍ତୁ

୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ମିଳିବ ୫ ଟି ମୌଳିକ ସୁବିଧା
୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ମିଳିବ ୫ ଟି ମୌଳିକ ସୁବିଧା

By

Published : Apr 18, 2023, 8:16 AM IST

ଭୁବନେଶ୍ବର: ୨୦୫୫ ୱାର୍ଡ଼ରେ ମିଳିବ ପ୍ରମୁଖ ୫ ମୌଳିକ ସୁବିଧା । ପାର୍କ, ଜିମ, ପିଚୁ ରାସ୍ତା, ଉନ୍ମୁକ୍ତ ସ୍ଥାନ ଓ ଡ୍ରେନେଜ ଆଦି ୫ ଟି ମୌଳିକ ସୁବିଧା ସୁନିଶ୍ଚିତ କରାଯିବ । ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ । ମୁକ୍ତା କାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଚିବ ଏହି ସୂଚନା ଦେଇଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଏହି କର୍ମଶାଳାରେ ଉଦବୋଧନ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ । ଗୁଣବତ୍ତା ଓ ସ୍ଵଚ୍ଛତା ଆଦି ଦିଗ ସହ ସାଲିସ ବିହୀନ ଆଭିମୁଖ୍ୟ ପୋଷଣ ପୂର୍ବକ ମୁକ୍ତା କାର୍ଯ୍ୟକ୍ରମର ତ୍ଵରିତ ଅଗ୍ରଗତି ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତ ନିମନ୍ତେ ସେ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି । ପାରଦର୍ଶିତା ଓ ଗୁଣାତ୍ମକ ନାଗରିକ ସେବା ପ୍ରଦାନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସର୍ବଦା ଅଗ୍ରାଧିକାର ଦେଇ ଆସିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ସଚିବ କହିଛନ୍ତି, ‘‘ମୁକ୍ତା ୩ ବର୍ଷ ପୂରଣ ହୋଇଛି । ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ୧୧୫ଟି ପୌର ସଂସ୍ଥାରେ ପ୍ରାୟ ୫୨ ହଜାର ୫୦୦ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ୬୨ ଲକ୍ଷରୁ ଅଧିକ ବ୍ୟକ୍ତି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଯାହାଦ୍ୱାରା ପ୍ରାୟ ୬ ଲକ୍ଷ ସହରାଞ୍ଚଳ ଗରିବ ଏବଂ ପ୍ରବାସୀ ଶ୍ରମିକ ସିଧାସଳଖ ଲାଭବାନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦% ମହିଳା ହିତାଧିକାରୀ ଅଛନ୍ତି । ବିଭିନ୍ନ ପୌର ସଂସ୍ଥାରେ "କ୍ୟାଚ୍ ଦ ରେନ" ଅଧୀନରେ ୩୬,୦୦୦ ବର୍ଷା ଜଳ ଅମଳ ପ୍ରକଳ୍ପ ସୃଷ୍ଟି କରାଯାଇଛି । ପ୍ରାୟ ୫୨,୫୦୦ ପ୍ରକଳ୍ପର କାର୍ଯ୍ୟନ୍ୱୟନ ପାଇଁ ମୁକ୍ତାରେ ପ୍ରାୟ ୨୬,୪୫୫ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘକୁ ସହଭାଗୀ କରାଯାଇଛି । ସମୟ ଆସିଛି ଆମକୁ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ପଡିବ । ଯେଉଁମାନେ ଦକ୍ଷତା ପ୍ରଦର୍ଶନ କରି ନପାରିବେ ସେମାନେ ହୁଏତ ଟିମରୁ ନିଶ୍ଚିତ ବାଦ ପଡିବେ ।‘‘ ପ୍ରମୁଖ ସଚିବ କଡା ସତର୍କ ବାଣି ଶୁଣାଇଛନ୍ତି ।‘‘

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ମୁକ୍ତାର ପ୍ରଭାବୀ କାର୍ଯ୍ୟକାରିତା ଉପରେ ଦକ୍ଷତା ବୃଦ୍ଧି କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପୌର ସଂସ୍ଥାରେ ଥିବା ମୁକ୍ତା କାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକ ପ୍ରଯୁକ୍ତି ଓ ପରିଚାଳନା ସହାୟତା ପ୍ରଦାନ କରିବା । ଯୋଜନାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା । ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘଙ୍କୁ ଶେଷ ପର୍ଯ୍ୟନ୍ତ ସୁବିଧା ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ହେଉଛି କୋଭିଡ଼ ମହାମାରୀର ମଧ୍ୟଭାଗରେ ଆରମ୍ଭ କରାଯାଇଥିବା ଏକ ସମନ୍ଵିତ ସହରାଞ୍ଚଳ ଲୋକ ନିର୍ମାଣ କାର୍ଯ୍ୟକ୍ରମ । ଯାହା ପ୍ରବାସୀ ଏବଂ ଅନୌପଚାରିକ ଶ୍ରମିକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରି ଏକ ସାମାଜିକ-ଆର୍ଥିକ ସୁରକ୍ଷା ନେଟ ପ୍ରଦାନ କରିବ । ଏହା ଏକ ସମାବେଶୀ କାର୍ଯ୍ୟକ୍ରମ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫ଟି ସୁଶାସନ ମନ୍ତ୍ର ଅନ୍ତର୍ଗତ ପଦକ୍ଷେପ । ସେ ତିନି ବର୍ଷର ସଫଳତା ଏବଂ ଭବିଷ୍ୟତର ଯୋଜନା ମଧ୍ୟ ଉପସ୍ଥାପନ କରିଥିଲେ । ପରିବର୍ତ୍ତିତ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଫେସନାଲଙ୍କୁ ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details