ଓଡିଶା

odisha

ETV Bharat / state

ଖୋର୍ଦ୍ଧା ପୋଲିସ୍‌ ଟାର୍ଗେଟ୍‌ରେ ନିଶା ମାଫିଆ, ଗଞ୍ଜେଇ ଚାଲାଣବେଳେ ୫ ଗିରଫ

ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଖୋର୍ଦ୍ଧା ପୋଲିସ ସ୍ପେଶାଲ୍‌ ସ୍କ୍ବାଡ୍‌ । ବେଗୁନିଆ ବାଘମାରି ଥାନା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଖୋର୍ଦ୍ଧା ପୋଲିସ । ଅଧିକ ପଢ଼ନ୍ତୁ...

ଖୋର୍ଦ୍ଧା ପୋଲିସ୍‌ ଟାର୍ଗେଟ୍‌ରେ ନିଶା ମାଫିଆ,  ଗଞ୍ଜେଇ ଚାଲାଣ ବେଳେ ୫ ଗିରଫ
ଖୋର୍ଦ୍ଧା ପୋଲିସ୍‌ ଟାର୍ଗେଟ୍‌ରେ ନିଶା ମାଫିଆ, ଗଞ୍ଜେଇ ଚାଲାଣ ବେଳେ ୫ ଗିରଫ

By

Published : Oct 5, 2021, 5:26 PM IST

ଖୋର୍ଦ୍ଧା:ଚୋରା ଗଞ୍ଜେଇ ଚାଲାଣବେଳେ ମାଡ଼ି ବସିଲା ଖୋର୍ଦ୍ଧା ପୋଲିସ ସ୍ପେଶାଲ୍‌ ସ୍କ୍ବାଡ୍‌ । ବେଗୁନିଆ ବାଘମାରି ଥାନା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଖୋର୍ଦ୍ଧା ପୋଲିସ । ଏହାପରେ ସ୍ପେଶାଲ୍‌ ସ୍ପେଶାଲ୍‌ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ ବେଳେ ୭୧ କେଜି ଗଞ୍ଜେଇ ଜବତ ହୋଇଛି ।

ଖୋର୍ଦ୍ଧା ପୋଲିସ୍‌ ଟାର୍ଗେଟ୍‌ରେ ନିଶା ମାଫିଆ, ଗଞ୍ଜେଇ ଚାଲାଣ ବେଳେ ୫ ଗିରଫ

ଖାଲି ସେତିକି ନୁହେଁ, ଗଞ୍ଜେଇ ସହ ଏକ ଦାମୀ କାର୍‌, ଅଟୋକୁ ଜବତ କରିବା ସହ ୫ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ମହିଳା ରହିଛନ୍ତି । ଓଡ଼ିଶାର ଦକ୍ଷିଣାଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହା ଉପରେ ରୋଗ ଲଗାଇବା ପାଇଁ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯାଇଛି ।

ଗତକାଲି(ସୋମାବାର) ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ୱାଡ ଟିମ ବେଗୁନିଆ, ବାଘମାରି ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା । ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ । ଏହାଦ୍ବାରା ହିଁ ଜିଲ୍ଲାରେ ନିଶା କାରବାର ଉପରେ ରୋକ୍‌ ଲାଗି ପାରିବ ବୋଲି ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details